୪୨୯ ସଡକ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

୪୨୯ ସଡକ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

୩୯.୨୫ କୋଟି ବ୍ୟୟରେ ରାସ୍ତା ନିର୍ମାଣ

ଭୁବନେଶ୍ୱର,୦୪/୧୦: ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକରେ ଆବାସିକ କଲୋନୀ ପାଇଁ ୩୯ କୋଟି ୨୫ ଲକ୍ଷ ଟଙ୍କାର ୪୨୯ଟି ସଡକ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ଅଗଷ୍ଟ ୨୩ ତାରିଖରେ ଖୋର୍ଦ୍ଧା ଜିଲ୍ଲାଦ୍ସ୍ ସମୟରେ ସମ୍ପୃକ୍ତ ଅଂଚଳର ବାସିନ୍ଦା ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଭେଟି କଲୋନୀବାସିନ୍ଦାଙ୍କ ରାସ୍ତା ଓ ବିଜୁଳି ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ସହ ଏହି ସମସ୍ୟାଗୁଡିକର ସମାଧାନ ପାଇଁ ସେମାନଙ୍କ ଅଭିଯୋଗ ଉପସ୍ଥାପନା କରିଥିଲେ । ୫-ଟି ସଚିବ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ସହ ଏକ ଟିମ୍ ପଠାଯାଇ ସେସବୁ ଅଂଚଳର ଅନୁଧ୍ୟାନ କରାଯାଇଥିଲା । ବୈଷୟିକ ଟିମ୍ ୮୨ କିଲୋମିଟରରୁ ଅଧିକ ଅଂଚଳରେ ୪୨୯ଟି ରାସ୍ତା ଚିହ୍ନଟ କରି ଉନ୍ନତିକରଣ ପାଇଁ ରିପୋର୍ଟ ପ୍ରସ୍ତୁତ କରିଥିଲେ । ୪୨୯ଟି ରାସ୍ତାରେ ସଡକ ପ୍ରକଳ୍ପ ମଧ୍ୟରୁ ଭୁବନେଶ୍ୱର ବ୍ଲକରେ ୧୪୦ଟି, ଜଟଣୀ ବ୍ଲକରେ ୨୪୬ଟି ଓ ବାଲିଅନ୍ତା ବ୍ଲକରେ ୪୩ଟି ପ୍ରକଳ୍ପ ରହିଛି । ଏହି ସବୁ ଅଂଚଳରେ ରାସ୍ତା ନିର୍ମାଣ, ଉନ୍ନତି ଓ ବିଦ୍ୟୁତୀକରଣ କରାଯିବ ।