ସିକ୍କିମରେ ବାଦଲ ଫଟା ବର୍ଷା

ସିକ୍କିମରେ ବନ୍ୟାରେ ୨୩ ଭାରତୀୟ ଯବାନ ନିଖୋଜ ହୋଇ ଯାଇଛନ୍ତି ।

ବନ୍ୟାରେ ୨୩ ଭାରତୀୟ ଜବାନ ନିଖୋଜ

ସିକ୍କିମ,୦୪/୧୦: ଉତର-ପୂର୍ବ ରାଜ୍ୟ ସିକ୍କିମରେ ବାଦଲ ଫଟା ବର୍ଷା ହେବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାରେ ଭାରତୀୟ ସେନାର ୨୩ ଜଣ ଯବାନ ନିଖୋଜ ହୋଇ ଯାଇଛନ୍ତି । ରାଜ୍ୟର ଉତରରେ ଥିବା ଏକ ହ୍ରଦର ଉପର ମୁଣ୍ଡରେ ଏହି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନିକଟସ୍ଥ ଡ୍ୟାମରୁ ନଦୀକୁ ଅଧିକ ପାଣି ଛଡାଯିବା ପରେ ପରିସ୍ଥିତି ଆହୁରି ବିଗିଡି ଯାଇଥିଲା । ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଛି ଏବଂ ରାଜ୍ୟର ଅନ୍ୟାନ୍ୟ ଅଂଚଳରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।