ମାନସଙ୍କୁ ଗୁରୁ ଦାୟିତ୍ଵ

ମାନସ ମଙ୍ଗରାଜଙ୍କୁ ରାଜ୍ୟସଭାରେ ବିଜେଡିର ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରାଯାଇଛି।

ମାନସ ମଙ୍ଗରାଜଙ୍କୁ ରାଜ୍ୟସଭାରେ ବିଜେଡିର ମୁଖ୍ୟ ସଚେତକ ଭାବେ ନିଯୁକ୍ତି

ଭୁବନେଶ୍ୱର,୦୪/୧୦: ବିଜେଡିର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଗୁରୁ ଦାୟିତ୍ଵ ପ୍ରଦାନ କରିଛନ୍ତି ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ। ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟସଭା ସାଂସଦ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜଙ୍କୁ ରାଜ୍ୟସଭାରେ ବିଜେଡିର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆଯାଇଛି।

ଏ ନେଇ ଶ୍ରୀ ମଙ୍ଗରାଜ ଖୁସି ପ୍ରକଟ କରି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ମୋ ଉପରେ ଆସ୍ଥା ପ୍ରକଟ କରିବା ଏବଂ ରାଜ୍ୟସଭାରେ ବିଜୁ ଜନତା ଦଳର ମୁଖ୍ୟ ସଚେତକ ଭାବେ ମୋତେ ନିଯୁକ୍ତ କରିଥିବାରୁ ମୁଁ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି। ମୁଁ ତାଙ୍କ ଆଶା ପୂରଣ କରିବାରେ କୌଣସି କସରତ ଛାଡ଼ିବି ନାହିଁ ଏବଂ ମୋତେ ଦିଆଯାଇଥିବା ଭୂମିକାକୁ ନ୍ୟାୟ ଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରିବି ।