ସମର୍ପଣ ତରଫରୁ ରକ୍ତଦାନ ଶିବିର

ସମର୍ପଣ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି

ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ

ଭୁବନେଶ୍ୱର,୦୪/୧୦: ସୋମବାର ଗାନ୍ଧୀଜୟନ୍ତୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀଙ୍କ ଉପଲକ୍ଷ୍ୟ ସମର୍ପଣ ତରଫରୁ ଫ୍ରେଣ୍ଡ୍ସ କ୍ଲବ ନୀଳକଣ୍ଠନଗର, ନୟାପଲ୍ଲୀଠାରେ ଏକ ବିରାଟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ଏହି ରକ୍ତଦାନ ଶିବିରରେ ଫ୍ରେଣ୍ଡ୍ସ କ୍ଲବର ରାଜେନ୍ଦ୍ର ଜେନା, ମାନସ ଦାସ, ଜିତେନ୍ଦ୍ର ସାମନ୍ତରାୟ, ଅରୁଣ ହରିଚନ୍ଦନ, ସଞ୍ଜୁ ଦେବ ଓ ସମସ୍ତ ସଭ୍ୟମାନଙ୍କ ଉପସ୍ତିତିରେ ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ଗୋଲକ ମହାପାତ୍ର ଉଦ୍ଘାଟନ କରିଥିଲେ । ଏହି ଶିବିରରେ ୭୦ ରୁ ଉର୍ଧ୍ଵ ସ୍ବେଛାକୃତ ରକ୍ତଦାତାମାନେ ରକ୍ତଦାନ କରିଥିଲେ । ସମର୍ପଣର ସମ୍ପାଦକ ଅଶୋକପାତ୍ର , ଅଞ୍ଜନଦେବତା , ଅମୁଲ୍ୟଦାସ ପ୍ରମୁଖ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରି ବର୍ତ୍ତମାନ ଓଡିଶାର ପରିସ୍ଥିତିକୁ ଆଖିରେ ରଖି ଡେଙ୍ଗୁ ରୋଗୀ ମାନଙ୍କୁ ରକ୍ତଦାନ କରିବା ଦ୍ଵାରା ଏମାନଙ୍କର ଜୀବନରକ୍ଷା କରିବା ହେତୁ ସାଧୁବାଦ ଜଣାଇଥିଲେ ।