ଇତିହାସ ରଚିଲେ ଓଡିଆ ଆଥଲେଟ କିଶୋର ଜେନା

କିଶୋର ଜେନା ଏସୀୟ କ୍ରୀଡାରେ ରୌପ୍ୟ ଜିତିଲେ ।

ଏସୀୟ କ୍ରୀଡାରେ ଜିତିଲେ ରୌପ୍ୟ

ଭୁବନେଶ୍ୱର,୦୪/୧୦: ହାଙ୍ଗଝୋରେ ଚାଲୁଥିବା ଏସୀୟ କ୍ରୀଡାରେ ପୁରୁଷ ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି ଓଡିଆ ଆଥଲେଟ କିଶୋର ଜେନା । ୮୭.୫୪ ମିଟର ବ୍ୟକ୍ତିଗତ ଶ୍ରେଷ୍ଠ ପଦକ ହାସଲ କରିଛନ୍ତି କିଶୋର । ଏସୀୟ କ୍ରୀଡାରେ ରୌପ୍ୟ ହାସଲ କରିବା ପରେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଟିକେଟ ମଧ୍ୟ ହାସଲ କରିଛନ୍ତି ।