ଗୁରୁତର ରୋଗୀ ଶୁଣିବେ ଭକ୍ତି ସଙ୍ଗୀତ

ଗୁରୁତର ରୋଗୀ ଭକ୍ତି ସଙ୍ଗୀତ ଶୁଣିବା ପାଇଁ ଏସସିବିରେ ମ୍ୟୁଜିକ ଥେରାପି ଆରମ୍ଭ କରାଯିବ ।

ଏସସିବିରେ ମ୍ୟୁଜିକ୍ ଥେରାପି

କଟକ,୦୫/୧୦: କଟକ ବଡ ମେଡିକାଲରେ ଆରମ୍ଭ କରାଯିବ ମ୍ୟୁଜିକ୍ ଥେରାପି । ମେଡିକାଲର ଆଇସିୟୁରେ ବାଜିବ ଭକ୍ତି ସଙ୍ଗୀତ ବାଦ୍ୟଯନ୍ତ୍ର । ଅଳ୍ପ ସାଉଣ୍ଡରେ ସୁମଧୁର ଭକ୍ତି ସଙ୍ଗୀତ ବାଦ୍ୟ ବଜାଇବାକୁ ନିଷ୍ପତି ନିଆଯାଇଛି । ମେଡିକାଲ ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକରେ ଏହି ନିଷ୍ପତି ନିଆଯିବା ସହ ଖୁବ ଶୀଘ୍ର ଟେଣ୍ଡର ଜରିଆରେ ଏକ ବେସରକାରୀ ସଂସ୍ଥାକୁ ଦାୟିତ୍ୱ ଦିଆଯିବ ବୋଲି ଏସସିବି ମେଡିକାଲ ରେଜିଷ୍ଟ୍ରାର ଅବିନାଶ ରାଉତ ସୂଚନା ଦେଇଛନ୍ତି ।
ଆଇସିୟୁରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ ପାଇଁ ଏହି ବାଦ୍ୟଯନ୍ତ୍ର ବାଜିବ ଯାହାଦ୍ୱାରା ରୋଗୀଙ୍କ ମନରେ ଏକ ସକରାତ୍ମକ ଶକ୍ତି ସୃଷ୍ଟି କରିବ, ଯାହା ସେମାନଙ୍କୁ ଶୀଘ୍ର ସୁସ୍ଥ କରିବାରେ ସହାୟକ ହେବ ।