ପୁରୀ ଗସ୍ତରେ ୫-ଟି ସଚିବ: ଅଳ୍ପ ସମୟରେ ଅନ୍-ଫିଲ୍ଡ ସମୀକ୍ଷା

ଐତିହାସିକ ପରିକ୍ରମା ପ୍ରକଳ୍ପର ବିସ୍ତୃତ ସମୀକ୍ଷା କଲେ ୫-ଟି ସଚିବ। ଡିସେମ୍ବର-୨୦୨୩ ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ ଅଧିକାରୀ ଓ ଏଜେନ୍ସିମାନଙ୍କୁ ସଚିବଙ୍କ ନିର୍ଦ୍ଦେଶ

ଡିସେମ୍ବର ସୁଦ୍ଧା ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପାର୍କିଂ ସେଣ୍ଟର

ଭୁବନେଶ୍ଵର, ୬/୧୦/୨୩: ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ଆଜି ସକାଳେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରି ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି।

ଭୋର ୪ଟାରୁ ବିଭିନ୍ନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହ ସକାଳ ୭ଟା ପର୍ଯ୍ୟନ୍ତ କ୍ଷେତ୍ର ସମୀକ୍ଷା ଜାରି ରଖିଥିଲେ।

ସମୀକ୍ଷା ସମୟରେ ୫-ଟି ସଚିବ ଅଧିକାରୀ ଓ ଏଜେନ୍ସିଗୁଡ଼ିକୁ ଡିସେମ୍ବର-୨୦୨୩ ସୁଦ୍ଧା ଆଇକନିକ ପରିକ୍ରମା ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ସମୀକ୍ଷାରେ ନିମ୍ନଲିଖିତ ନିଷ୍ପତ୍ତି ନିଆଯାଇଛି:-

• ଯାତ୍ରୀ ଓ ସେବାୟତମାନଙ୍କ ପାଇଁ ଦୁଇ ଚକିଆ ଯାନ ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ ।

• ବାହ୍ୟ ପ୍ରବେଶ ପଥକୁ ଜବରଦଖଲମୁକ୍ତ ରଖିବା ଦିଗରେ ବିଶେଷ ଧ୍ୟାନ ଦିଆଯିବ

• ମଠ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଏହି ମଠଗୁଡ଼ିକର ଇତିହାସ ଓ ଐତିହ୍ୟକୁ ଦୃଷ୍ଟିରେ ରଖି ସମସ୍ତ ଅଂଶୀଦାରଙ୍କୁ ନେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା

ଶ୍ରୀଜଗନ୍ନାଥ ମନ୍ଦିରର ଐତିହ୍ୟ ଅନୁଯାୟୀ ଉଦ୍ଭିଦ ପ୍ରଜାତିବ୍ୟବହାର କରି ଲ୍ୟାଣ୍ଡସ୍କେପିଂ କାର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦିଆଯିବା ଦରକାର

• ଏସ୍ଟିପି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ

• ଇଲେକ୍ଟ୍ରିକାଲ ସବ୍ ଷ୍ଟେସନ କାମ ଯଥାଶୀଘ୍ର ଶେଷ ହେବ

• ଟାଟା ପ୍ରକଳ୍ପକୁ ରାତି ସମୟରେ ଅଧିକ ମାନବ ଶକ୍ତି ନିୟୋଜିତ କରି ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

• ଦୈନିକ ମନ୍ଦିରକୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଉତ୍ତମ ଅନୁଭୂତି ଦେବା ସହିତ କାର୍ଯ୍ୟର ଗୁଣବତ୍ତା ଏବଂ ଠିକ୍ ସମୟରେ ସମାପ୍ତ କରିବା ଉପରେ ଗୁରୁତ୍ୱ ଦିଆଯିବ।

ଜଗନ୍ନାଥ ବଲ୍ଲଭ ପାର୍କିଂ ସେଣ୍ଟର ଓ ଶ୍ରୀସେତୁର କାର୍ଯ୍ୟର ଅଗ୍ରଗତି ସହ ପାର୍କିଂ ସୁବିଧା ଓ ଶ୍ରଦ୍ଧାଳୁଙ୍କ ପାଇଁ ମୌଳିକ ସୁବିଧାର ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା।

ଶ୍ରୀସେତୁ କାର୍ଯ୍ୟ ଓ ଜେବିପିସି ନିର୍ମାଣ କରୁଥିବା ସଂସ୍ଥାକୁ ଏହି ପ୍ରକଳ୍ପକୁ ଠିକ୍ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ଯାହାଫଳରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନେ ନୂଆ ବର୍ଷରୁ ଉନ୍ନତ ଅନୁଭବ ପାଇପାରିବେ।

ଏହି ଗସ୍ତ ସମୟରେ ପୂର୍ତ୍ତ ବିଭାଗପ୍ରମୁଖ ଶାସନ ସଚିବ, ଜିଲ୍ଲାପାଳ, ପୁରୀ ଏସପି ପୁରୀ ଏମଡି ଓବିସିସି, ଉପରୋକ୍ତ କାର୍ଯ୍ୟର କାର୍ଯ୍ୟନିର୍ବାହୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।