ସ୍ବାସ୍ଥ୍ୟ ଯୋଜନାର କାର୍ଯ୍ୟକାରିତା ତଦାରଖ ପାଇଁ ଗାଡ଼ି ଭଡ଼ାକୁ ଅନୁମତି

ସ୍ବାସ୍ଥ୍ୟ ଯୋଜନାର କାର୍ଯ୍ୟକାରିତା ତଦାରଖ ପାଇଁ ଡାକ୍ତରଖାନାକୁ ଗାଡ଼ି ଭଡ଼ାକୁ ଅନୁମତି ଦିଆଗଲା।

୯୬ଟି ଗାଡି ଭଡାକୁ ଅନୁମତି

ଭୁବନେଶ୍ବର: ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟର ବିଭିନ୍ନ ହସ୍ପିଟାଲର କାର୍ଯ୍ୟକ୍ରମ ଅଧିକାରୀଙ୍କ ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାର କାର୍ଯ୍ୟକାରିତା ତଦାରଖ ପାଇଁ ଗାଡି ଭଡ଼ା ବ୍ୟବସ୍ଥା କରିଛି।

ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ରାଉରକେଲା ସିଡିଏମ୍ଓ, ପିଏଚଓ, ଏସଡିଏଚଓ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶିକା ଓ ଆରଜିଏଚ ରାଉରକେଲାଙ୍କୁ ଚିଠି ଲେଖି କହିଛନ୍ତି ଯେ ସ୍ୱାସ୍ଥ୍ୟ ଯୋଜନାର ସଠିକ ରୂପାୟନ ତଦାରଖ ପାଇଁ ସରକାର ସରକାରୀ ବ୍ୟବହାର ପାଇଁ ଗାଡି ଭଡ଼ା କରିବାକୁ ଅନୁମତି ଦେଇଛନ୍ତି।

ଜିଲ୍ଲାସ୍ତରରେ ଅବସ୍ଥାପିତ ଏଡି/ଜେଡି ପାହ୍ୟାର ସିଡିଏମ ଓ ପିଏଚଓ, ଏସଡିଏମଓ ଏବଂ ମେଡିକାଲ ଅଫିସରମାନଙ୍କୁ ପର୍ଯ୍ୟାପ୍ତ ଲଜିଷ୍ଟିକ ସହାୟତା ପ୍ରଦାନ କରିବା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ଅଧୀନରେ ପ୍ରୋଗ୍ରାମ ଅଫିସର ଭାବେ ଦାୟିତ୍ୱ ପ୍ରଦାନ କରିବା ପାଇଁ ସରକାର ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ସଠିକ ରୂପାୟନ ତଦାରଖ କରିବା ପାଇଁ ନିମ୍ନ ଟେବୁଲରେ ଦର୍ଶାଯାଇଥିବା ଗାଡି ଭଡ଼ାକୁ ଅନୁମତି ଦେଇ ଆନନ୍ଦିତ ହୋଇଛନ୍ତି ବୋଲି ଚିଠିରେ ଲେଖାଯାଇଛି।

ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ୨ଟି, କ୍ୟାପିଟାଲ ହସ୍ପିଟାଲ ପାଇଁ ୨ଟି, ଆରଜିଏଚ୍-ରାଉରକେଲା ପାଇଁ ୨ଟି ଓ ଉପଖଣ୍ଡ ଚିକିତ୍ସାଳୟ ପାଇଁ ଗୋଟିଏ ଲେଖାଏଁ ଗାଡ଼ି ଆବଣ୍ଟନ କରାଯାଇଛି। ସମ୍ପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ମୋଟ ୯୬ଟି ଗାଡ଼ି ଭଡ଼ାରେ ନେବାକୁ ଅନୁମତି ଦେଇଛନ୍ତି।