ଗୋପାଳପୁର ବିଜେଡ଼ି ପକ୍ଷରୁ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଗୋପାଳପୁର ବିଜେଡ଼ି ପକ୍ଷରୁ ଉନ୍ନୟନ କାର୍ଯ୍ୟ ସମୀକ୍ଷା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ – ଗୋପାଳପୁର ନିର୍ବାଚନ ମଣ୍ଡଳୀ ଆମ୍ବପୁଆ ସ୍ଥିତ ଏସ ୩ ଲନ କଲ୍ୟାଣ ମଣ୍ଡପ ଠାରେ ଆଜି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ଅଧକ୍ଷତାରେ ବିଜେଡ଼ି ପକ୍ଷରୁ ଉନ୍ନୟନ କାର୍ଯ୍ୟ ସମୀକ୍ଷା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଥିଲା l ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ରହ୍ମପୁର ସଂସଦୀୟ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଜିଲ୍ଲା ବିଜେଡ଼ି ସଭାପତି ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, କାଜୁ ନିଗମ ଅଧକ୍ଷ ସୁବାସ ଚନ୍ଦ୍ର ମହାରଣା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡି, ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଏସ. ରାଜେଶ୍ୱରୀ ଡୋରା,ବ୍ଲକ ମହିଳା ସଭାନେତ୍ରୀ ଏସ. ମେନକା ରେଡି,ରଣ୍ଢl ସରପଞ୍ଚ ଅଜିତ ରାଉଳ, ରଙ୍ଗେଈଲୁଣ୍ଡା ବ୍ଲକ ଅଧକ୍ଷା ସି.ଏଚ ଉଷାରାଣି,ରଙ୍ଗେଈଲୁଣ୍ଡା ବ୍ଲକ ଉପାଧକ୍ଷା ଅନିତା ମହାଙ୍କୁଡ଼, ଗୋପାଳପୁର ଏନ ଏ ସି ଅଧକ୍ଷ ଏ. ଜାନକୀ ରାମ, ଉପାଧକ୍ଷା ବି. ଉମା, ଗୋପାଳପୁର ନଗର ସଭାପତି ଏମ. ଚନ୍ଦ୍ର ଶେଖର, ଗୋପାଳପୁର ଏନ ଏ ସିର ପୂର୍ବତନ ଅଧକ୍ଷ ତଥା ୫୫ ନମ୍ବର ଜୋନର ପୂର୍ବତନ ଜିଲ୍ଲା ପରିଷଦ ଶଶୀ ଭୂଷଣ ମହାନ୍ତି, ପ୍ରମୁଖ ମଂଚାସୀନ ଥିଲେ l ଏହି ଅବସରରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ମାନ୍ୟବର ମୂଖ୍ୟମନ୍ତ୍ରୀ ଯେଉଁ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି, ତାହାକୁ ସୁଚାର ରୂପେ ପାଳନ କରୁଛି l ଆଗକୁ ନିର୍ବାଚନ ରହିଥିବାରୁ ବିଜେପି ସରକାର ଉପରେ ସମା ଆଲୋଚନା କରିଥିଲେ l ନବୀନ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ l ତାହାସହ ଅର୍ଥର ଅଭାବ ନାହିଁ, ସୂଚାରୁ ରୂପେ ଉନ୍ନୟନ କାର୍ଯ୍ୟ କରିବା ପାଉଁ ପରାମର୍ଶ ଦେଇଥିଲେ l ରହିଥିବା ଅଧପନ୍ତରିୟା କାର୍ଯ୍ୟ ଗୁଡିକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ କହିଥିଲେ l ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଗୋପାଳପୁର ନିର୍ବାଚନ ମଣ୍ଡଳୀକୁ ଶ୍ରେଷ୍ଠ ନିର୍ବାଚନ ମଣ୍ଡଳୀ ଭାବେ କରିବା ପାଇଁ ସମସ୍ତଙ୍କ ସାହାଯ୍ୟ, ସହଯୋଗ ଓ ଦଳକୁ ସୁଦୃଢ କରିବାକୁ ଆହ୍ୱାନ କରିଥିଲେ l ମୁଖ୍ୟମନ୍ତ୍ରୀ ଗୋପାଳପୁର ନିର୍ବାଚନ ମଣ୍ଡଳୀକୁ ଅଧିକ ଗୁରୁତ୍ୱ ଦଉଥିବାରୁ ପୂର୍ବରୁ ଏଇ ନିର୍ବାଚନ ମଣ୍ଡଳୀର ଯୁବ ସଙ୍ଘଠକକୁ ଡେପୁଟି ମେୟର ପଦବୀ ଦେଇଥିବା ବେଳେ କିଛି ଦିନ ତଳେ ଏହି ନିର୍ବାଚନ ମଣ୍ଡଳୀର ଯୁବ ସଂଘଠକ ଶଶୀ ଭୂଷଣ ମହାନ୍ତି ପାରଳାଖେମୁଣ୍ଡି ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରିଥିବାରୁ ଶ୍ରୀଯୁକ୍ତ ମଙ୍ଗରାଜ ତାଙ୍କୁ ଉପଢ଼ୋକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ l ତାହାସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ କ୍ରମେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ତୁଲାଇବାକୁ ଘୋଷଣା କରିଥିଲେ l ଏହି ଅବସରରେ ବିଧାୟକ ବିକ୍ରମ ପଣ୍ଡା ପଂଚାୟତ ସ୍ତରୀୟ ଗାଁ କୁ ଗାଁ ଯାଇ ସମସ୍ୟା ବୁଝିବା ସହ ବିଭିନ୍ନ ଉନ୍ନୟନ ମୂକକ କାର୍ଯ୍ୟ ଉପରେ ଦୃଷ୍ଟି ଦେବେ ବୋଲି କହିଛନ୍ତି l ବ୍ଲକ ସଭାପତି ଅଜିତ କୁମାର ଦାଶ ସଭା ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ, ଏନ ଏ ସିର କାଉନସିଲରଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ l ଏହି ଅବସରରେ ବିଜେପିର ବୋରି ଗାଁ ର ସମିତିସଭ୍ୟଙ୍କ ସମେତ ବହୁ କର୍ମୀ ଦଳରେ ସାମିଲ ହୋଉଥିବାରୁ ଉତୋରିୟ ଦେଇ ଦଳକୁ ସ୍ୱାଗତ କରାଯାଇଥିଲା l ସଭା ଶେଷରେ ଶ୍ରୀଯୁକ୍ତ ମଙ୍ଗରାଜ ବିଭିନ୍ନ ପଂଚାୟତ, ଏନ ଏ ସି ପକ୍ଷରୁ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ତାଙ୍କ ସହ ଆଲୋଚନା କରିଥିଲେ l