ଆରମ୍ଭ ହେଲା ‘ଅପରେସନ ଅଜୟ’

ଭାରତ ସରକାର ଖୋଲିଲେ ୨୪ ଘଣ୍ଟିଆ ହେଲ୍‌ପଲାଇନ।

ଭାରତୀୟଙ୍କ ପାଇଁ ହେଲ୍‌ପଲାଇନ ଜାରି

ନୂଆଦିଲ୍ଲୀ: ହମାସ-ଇସ୍ରାଏଲ ମଧ୍ୟରେ ଭୟଙ୍କର ଯୁଦ୍ଧ ହେବାରେ ଲାଗିଛି। ଉଭୟ ପକ୍ଷରୁ ଗଲାଣି ୩୬ଶହରୁ ଅଧିକ ଜୀବନ। ଅନ୍ୟପକ୍ଷରେ ଇସ୍ରାଏଲ ଉପରେ ତିନିପଟୁ ଆରବୀ ଦେଶଙ୍କ ଦ୍ୱାରା ଆକ୍ରମଣ ହେଉଛି।
ଏହାରି ଭିତରେ ଫସିଥିବା ଭାରତୀୟଙ୍କ ସହାୟତା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସରକାର। ‘ଅପରେସନ ଅଜୟ’ ଆରମ୍ଭ କରିଛନ୍ତି ସରକାର। ଏହା ଜରିଆରେ ଦେଶକୁ ଫେରିବେ ଇସ୍ରାଏଲରେ ଫସିଥିବା ଭାରତୀୟ। ଯୁଦ୍ଧ ପ୍ରଭାବିତ ଇସ୍ରାଏଲରୁ ଭାରତୀୟଙ୍କୁ ଆଣିବାକୁ ପ୍ରୟାସ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଘୋଷଣା କରିଛନ୍ତି। ସ୍ବତନ୍ତ୍ର ଚାର୍ଟର ବିମାନରେ ଫେରିବେ ଭାରତୀୟ ‘ଭାରତୀୟଙ୍କ ସୁରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି।

ପାଲେଷ୍ଟାଇନ୍‌ରେ ଭାରତୀୟଙ୍କ ସହାୟତା ପାଇଁ ପଦକ୍ଷେପ ନେଇଛନ୍ତି ଭାରତ ସରକାର। ଭାରତୀୟଙ୍କ ପାଇଁ ଭାରତ ସରକାର ଖୋଲିଛନ୍ତି ୨୪ ଘଣ୍ଟିଆ ହେଲ୍‌ପଲାଇନ।

ଜାୱାଲ: 0592-916-418
ହ୍ବାଟ୍ସ ଆପ୍‌: +970-592916418
ଇମେଲ: [email protected]
ଇମେଲ: [email protected]