ଓଆରଏସ୍ ଓ ଓଏଏସ୍ ପଦବୀ ସଂଖ୍ୟା ବୃଦ୍ଧି

ଓଡ଼ିଶାରେ ପ୍ରଶାସନିକ ପଦବୀ ସଂଖ୍ୟାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର, ୧୨/୧୦: ଓଡ଼ିଶାରେ ପ୍ରଶାସନିକ ପଦବୀ ସଂଖ୍ୟାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଥିବା ପଦବୀରୁ ଆହୁରି ୩୫ଟି ଓଏଏସ୍ ପଦବୀ କୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସହରାଞ୍ଚଳରେ ଲୋକଙ୍କୁ ସେବା ଯୋଗାଣକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ରେ ୩୫ଟି ଅତିରିକ୍ତ ପଦବୀକୁ ଅନୁମୋଦନ କରିଥିବା ବେଳେ ଓଡ଼ିଶା ରାଜସ୍ବ ସେବା (ଓଆରଏସ୍)ରେ ୩୨ଟି ଅତିରିକ୍ତ ପଦବୀ ସୃଷ୍ଟି କରିଛନ୍ତି।

ବିଭିନ୍ନ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ରେ ଏହି ନିଯୁକ୍ତି ଦିଆଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।