ମହାପ୍ରଭୁ ଲିଙ୍ଗରାଜଙ୍କ ରୀତିନୀତି ପୁଣି ବନ୍ଦ

ମହାପ୍ରଭୁ ଲିଙ୍ଗରାଜଙ୍କ ରୀତିନୀତି ପୁଣି ଥରେ ସମ୍ପତିକୁ ନେଇ ବିବାଦ ଲାଗି ରହିଥିବାରୁ ସ୍ଥଗିତ ରହିଛି।

ନିଯୋଗଙ୍କ ମଧ୍ୟରେ ସମ୍ପତିକୁ ନେଇ ବିବାଦ

ଭୁବନେଶ୍ୱର,୨୫.୧୦.୨୦୨୩: ଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ବାଧାପ୍ରାପ୍ତ ହୋଇଛି। ଏଥର ଲିଙ୍ଗରାଜ ମନ୍ଦିରରେ ବ୍ରାହ୍ମଣ ନିଯୋଗ ଓ ଅନ୍ୟ ନିଯୋଗଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ମହାପ୍ରଭୁଙ୍କ ରୀତିନୀତି ବନ୍ଦ ରହିଛି। ମହାପ୍ରଭୁ ଲିଙ୍ଗରାଜଙ୍କ ଅବ୍ୟବହୃତ ଜମିକୁ ନେଇ ବିବାଦ ସୃଷ୍ଟି ହୋଇଛି। ତେବେ ପୂର୍ବରୁ ମଧ୍ୟ ଅନେକ ଥର ମହାପ୍ରଭୁଙ୍କ ସମ୍ପତ୍ତିକୁ ନେଇ ସେବାୟତ ଓ ନିଯୋଗଙ୍କ ମଧ୍ୟରେ ବିବାଦ ଲାଗି ରହି ମହାପ୍ରଭୁଙ୍କ ରୀତିନୀତି ବନ୍ଦ ରହିଛି।

ବୁଧବାର ମଙ୍ଗଳ ଆଳତି ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ପୂଜା ବନ୍ଦ ରହିଛି। ବଡ଼ୁ ନିଯୋଗର ସମ୍ପାଦକ କମଳାକାନ୍ତ ପୂଜାପଣ୍ଡା କହିଛନ୍ତି, ମହାପ୍ରଭୁ ଲିଙ୍ଗରାଜଙ୍କ ରୀତିନୀତି ବନ୍ଦ କରିବାର ଅଧିକାର କାହାର ନାହିଁ। ମହାପ୍ରଭୁଙ୍କ ସେବା କରିବା ପାଇଁ ବ୍ରାହ୍ମଣ ନିଯୋଗଙ୍କୁ ରାଜା ସମ୍ପତ୍ତି ପ୍ରଦାନ କରିଥିଲେ । ଯେଉଁ ସେବାୟତମାନେ ମନ୍ଦିରରେ ରୀତିନୀତି ବନ୍ଦ କରିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଚାହୁଁଛୁ।