ଅକ୍ଟୋବର ୩୧ରେ ଶପଥ ନେବେ ରଘୁବର

ଆସନ୍ତା ଅକ୍ଟୋବର ୩୧ରେ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ନେବେ।

ଓଡ଼ିଶାକୁ ମିଳିବେ ନୂତନ ରାଜ୍ୟପାଳ

ଭୁବନେଶ୍ବର, ୨୬.୧୦: ଓଡିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଆସନ୍ତା ଅକ୍ଟୋବର ୩୧ରେ ଶପଥ ଗ୍ରହଣ କରିବେ ଏବଂ ସେ ଅକ୍ଟୋବର ୨୯ରେ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ସୂତ୍ରରୁ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଥିବା ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ଗତ ଅକ୍ଟୋବର ୧୮ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତ କରିଥିଲେ। ପୂର୍ବରୁ ରାଜ୍ୟପାଳ ଥିବା ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ୨୦୨୩ ମେ ୨୮ ତାରିଖରେ ଶେଷ ହୋଇଥିବା ବେଳେ ଅକ୍ଟୋବର ୨୭ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରା ଯାଇଥିଲା।