ଆଜି ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ

ଆଜି ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ନେବେ।

ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କଲେ ରଘୁବର

ଭୁବନେଶ୍ବର, ୩୧.୧୦: ଆଜି ଶପଥ ନେବେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ୨୬ତମ ରାଜ୍ୟପାଳ ଭାବେ ନେବେ ଶପଥ। ଏହା ପୂର୍ବରୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ସାରି ରାଜଭବନକୁ ଫେରିଛନ୍ତି। ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ ପରେ ରାଜ୍ୟପାଳ ରଘୁବର ଦାସ ଗଣମାଧ୍ୟମରେ କହିଛନ୍ତି ଯେ, ଦେଶ ଓ ରାଜ୍ୟର ସୁଖ ଓ ସମୃଦ୍ଧି ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କଲି।

ସୂଚନାଯୋଗ୍ୟ ଯେ, ଆଜି ରାଜଭବନରେ ୧୧ଟା ୪୫ରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ। ନୂତନ ରାଜ୍ୟପାଳଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଶପଥ ପାଠ କରାଇବେ।