ଶପଥ ନେଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ

ଆଜି ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ରାଜଭବନରେ ଶପଥ ନେଲେ

ଓଡ଼ିଶାର ୨୬ତମ ରାଜ୍ୟପାଳ ରଘୁବର

ଭୁବନେଶ୍ବର, ୩୧.୧୦: ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ। ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ନେବେ ଶପଥ। ଭୁବନେଶ୍ୱରସ୍ଥିତ ରାଜଭବନରେ ଏକ ସ୍ୱତନ୍ତ୍ର ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି, ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟବୃନ୍ଦ ଓ କେନ୍ଦ୍ରମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ପରେ ନବନିଯୁକ୍ତ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ମଙ୍ଗଳବାର ଭୁବନେଶ୍ୱରରେ ଶପଥ ଗ୍ରହଣ ସମାରୋହ ପୂର୍ବରୁ ସେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଥିଲେ। ଏହା ସହ ଗତ କାଲି ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ମଧ୍ୟ କରିଥିଲେ।

ଶ୍ରୀ ରଘୁବର ଦାସ ୧୯୯୫ରେ ପ୍ରଥମେ ଜାମସେଦପୁର ଇଷ୍ଟ ଆସନରୁ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥିଲେ। ୧୯୯୫ ପରେ ୨୦୦୦, ୨୦୦୫, ୨୦୦୯ ଓ ୨୦୧୪ରେ ଲଗାତାର ଭାବେ ବିଜୟୀ ହୋଇ ୫ ଥର ବିଧାୟକ ପଦରେ ଥିଲେ। ବିହାରରୁ ଅଲଗା ହୋଇ ସ୍ୱତନ୍ତ୍ର ରାଜ୍ୟ ଭାବେ ଝାଡଖଣ୍ଡ ଗଠନ ପରେ ବାବୁଲାଲ ମାରାଣ୍ଡି ସରକାରରେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ। ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପୂର୍ବରୁ ସେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ।