ରୋବଟ ଦ୍ୱାରା ପରିଚାଳିତ ସ୍କୁଲର ନାଁ କେବେ ଶୁଣିଛନ୍ତି କି?

ଇଂଲଣ୍ଡର ୱେଷ୍ଟ ସସେକ୍ସରେ ଥିବା ଏହି କୋଟେସ୍ମୋର ସ୍କୁଲ ଏକ ଏଆଇ ରୋବଟକୁ ଏହାର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତ କରିଛି।

ଶିକ୍ଷାରେ ଏଆଇ ରୋବଟର ଭୂମିକା କ’ଣ?

ନୂଆଦିଲ୍ଲୀ,୦୩.୧୧: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ଦୁନିଆ ବହୁତ ଆଗକୁ ଗଲାଣି। କେଉଁଠି ରେଷ୍ଟୁରାଣ୍ଟରେ ରୋବଟ ୱେଟର ତ ଆଉ କେଉଁଠି ଅଫିସରେ ରୋବଟ ଏମ୍ପ୍ଲୋଇ। କିନ୍ତୁ କେବେ ରୋବଟ ଦ୍ୱାରା ପରିଚାଳିତ ଏକ ସ୍କୁଲର ନାଁ ଶୁଣିଛନ୍ତି କି? ଯେଉଁଠାରେ ଜଣେ ପ୍ରଧାନଶିକ୍ଷକ ଭାବରେ ଏକ ରୋବଟକୁ ନିଯୁକ୍ତ କରାଯାଇଛି। ଏବେ ସାମନାକୁ ଆସିଛି ଏପରି ଏକ ତଥ୍ୟ, ଯେଉଁଠାରେ ଏକ ସ୍କୁଲର ପ୍ରଧାନ ଶିକ୍ଷକ ହେଉଛନ୍ତି ଜଣେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରୋବଟ। ଆଉ ଏହି ସ୍କୁଲଟି ହେଉଛି ଇଂଲଣ୍ଡର ୱେଷ୍ଟ ସସେକ୍ସରେ ଥିବା କୋଟେସ୍ମୋର ସ୍କୁଲ।

ଇଂଲଣ୍ଡର ୱେଷ୍ଟ ସସେକ୍ସରେ ଥିବା ଏହି କୋଟେସ୍ମୋର ସ୍କୁଲ ଏକ ଏଆଇ ରୋବଟକୁ ଏହାର ‘ପ୍ରଧାନ ଶିକ୍ଷକ’ ଭାବେ ନିଯୁକ୍ତ କରିଛି। କୋଟେସ୍ମୋର ସ୍କୁଲ ଏକ ଏଆଇ ଡେଭଲପରଙ୍କ ସହ ମିଶି ସ୍କୁଲର ପ୍ରଧାନ ଶିକ୍ଷକ ଟମ୍ ରୋଜରସନଙ୍କୁ ସାହାଯ୍ୟ କରିବା ପାଇଁ ରୋବଟ୍ ଆବିଗେଲ ବେଲି ତିଆରି କରିଛି, ଯାହାକି ଟମଙ୍କୁ ପ୍ରତ୍ୟେକ କାମରେ ସାହାଯ୍ୟ କରୁଛି।

ଏ ସଂକ୍ରାନ୍ତରେ ରୋଜରସନ୍ କହିଛନ୍ତି ଯେ ସେ ବିଭିନ୍ନ ପ୍ରସଙ୍ଗରେ ରୋବଟ୍ ଠାରୁ ପରାମର୍ଶ ଲୋଡ଼ିଛନ୍ତି। କର୍ମଚାରୀମାନଙ୍କୁ ସମର୍ଥନ କରିବାଠାରୁ ଆରମ୍ଭ କରି ଏଡିଏଚଡି ଥିବା ଛାତ୍ରମାନଙ୍କୁ ସାହାଯ୍ୟ କରିବା ଏବଂ ଏପରିକି ବିଦ୍ୟାଳୟ ନୀତି ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ଭଳି କାମରେ ସାହାଯ୍ୟ କରୁଛି ଏହି ରୋବଟ। ଏହି ଟେକ୍ନୋଲୋଜି ଚାଟ୍ ଜିପିଟି ଭଳି କାର୍ଯ୍ୟ କରୁଛି। ଚାଟ୍ ଜିପିଟି ହେଉଛି ଏକ ଅନଲାଇନ୍ ଏଆଇ ସେବା ଯେଉଁଠାରେ ଉପଭୋକ୍ତାମାନେ ପ୍ରଶ୍ନ ପଚାରନ୍ତି ଏବଂ ଚାଟବୋଟର ଆଲଗୋରିଦମରୁ ପ୍ରତିକ୍ରିୟା ପ୍ରାପ୍ତ କରନ୍ତି ।

ଏଆଇ ରୋବଟ ଆବିଗେଲ ବେଲି ମେସିନ୍ ଲର୍ଣ୍ଣିଂ ଏବଂ ଶିକ୍ଷାଗତ ପରିଚାଳନାରେ ଜ୍ଞାନ ସହିତ ସଜ୍ଜିତ ହୋଇଛି, ଯାହା ଦ୍ୱାରା ଏହା ବିପୁଳ ପରିମାଣର ଡାଟା ପ୍ରକ୍ରିୟାକରଣ କରିବାରେ ସକ୍ଷମ ହୋଇଛି।

କୋଟେସ୍ମୋର ସ୍କୁଲ ବ୍ରିଟେନର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଯାହା ୪ରୁ ୧୩ ବର୍ଷ ବୟସର ବାଳକ ଓ ବାଳିକାଙ୍କ ପାଇଁ ଏକ ବୋର୍ଡିଂ ସ୍କୁଲ ଅଟେ।