ଡ଼ଃ ଶିଳ୍ପୀ ସାହୁଙ୍କୁ ପ୍ରତିଭା ପଟ୍ଟନାୟକ ମହିଳା ଆଚିଭର ଆୱାର୍ଡ

ଡ଼ଃ ଶିଳ୍ପୀ ସାହୁ ସମ୍ମାନଜନକ ପ୍ରତିଭା ପଟ୍ଟନାୟକ ମହିଳା ଆଚିଭର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ପ୍ରଧାନ ବିଚାରପତିଙ୍କ ଦ୍ୱାରା ସମ୍ମାନିତ

ଭୁବନେଶ୍ବର, ୦୫/୧୧/୨୩: ସାଇ ଇଣ୍ଟରନ୍ୟାସନାଲ ଏଜୁକେସନ ଗ୍ରୁପର ଅଧ୍ୟକ୍ଷା ଡ଼ଃ ଶିଳ୍ପୀ ସାହୁ ସମ୍ମାନଜନକ ପ୍ରତିଭା ପଟ୍ଟନାୟକ ମହିଳା ଆଚିଭର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ବିଦ୍ୟାଳୟ ଶିକ୍ଷାର ସ୍ଥିତିରେ ଅଗ୍ରଣୀ ପରିବର୍ତନ ଆଣିବାରେ ତାଙ୍କର ଗଭୀର ଅବଦାନ ପାଇଁ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଜଷ୍ଟିସ ଏ.କେ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରଧାନ ବିଚାରପତି ଡକ୍ଟର ଡିୱାଇ ଚନ୍ଦ୍ରଚୂଡ଼ ଏହି ପୁରସ୍କାର ପ୍ରଦାନ କରିଥିଲେ।

ପ୍ରତିଭା ପଟ୍ଟନାୟକ ମହିଳା ପୁରସ୍କାର ଗ୍ରହଣ କରିବା ପରେ ଡ଼ଃ ଶିଳ୍ପୀ ସାହୁ ଏହି ସମ୍ମାନ ପାଇଁ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟିକୁ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଅବସରରେ ସେ କହିଛନ୍ତି,କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ପାଇ ମୁଁ ଅତ୍ୟନ୍ତ ଗର୍ବିତ। ଏହି ପୁରସ୍କାର କେବଳ ମୋ ପାଇଁ ନୁହେଁ, ଓଡ଼ିଶାର ପିଲାମାନଙ୍କୁ ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଉତ୍ସର୍ଗୀକୃତ ଭାବେ ପ୍ରୟାସ କରିଥିବା ଅଭିଭାବକ, ଶିକ୍ଷକ ଓ କର୍ମଚାରୀଙ୍କ ସମଗ୍ର ସାଇ ପରିବାର ପାଇଁ।