ଜନ୍ମଦିନରେ କୋହଲିଙ୍କ ରେକର୍ଡ ଶତକ

ଇଡେନ ଗାର୍ଡେନରେ ବିଶ୍ୱକପ କ୍ରିକେଟରେ ଜନ୍ମଦିନରେ ବିରାଟ କୋହଲି ଶତକ ହାସଲ କରିଛନ୍ତି।

୪୯ତମ ଶତକ ସହ ସଚିନଙ୍କ ସମକକ୍ଷ

ନୂଆଦିଲ୍ଲୀ, ୦୫/୧୧/୨୩: ବିଶ୍ୱକପରେ ଇତିହାସ ରଚିଲେ ବିରାଟ। ଭାରତ ବନାମ ଦକ୍ଷିଣ ଆଫ୍ରିକା ବିଶ୍ୱକପ ମ୍ୟାଚରେ ବିରାଟ କୋହଲିଙ୍କ ରେକର୍ଡ ଶତକ। ଆଜି କୋହଲିଙ୍କ ୩୫ତମ ଜନ୍ମଦିନରେ ୪୯ତମ ଦିନିକିଆ ଶତକ ହାସଲ କରିଛନ୍ତି।

କୋହଲି ଦିନିକିଆରେ କ୍ୟାରିୟରର ୪୯ତମ ଶତକ ସହ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇ ଯାଇଛନ୍ତି। କୋଲକାତାର ଇଡେନ ଗାର୍ଡେନରେ କୋହଲି ନିଜର ୩୫ତମ ଜନ୍ମଦିନରେ ୧୦ ଚୌକା ସହ ୧୧୯ ବଲରେ ଏହି ସଫଳତା ହାସଲ କରିଥିଲେ।

କୋହଲି ସବୁ ଫର୍ମାଟରେ ଶତକ ହାସଲ କରିବା ସହ ତାଙ୍କର ମୋଟ ୪୯ଟି ଶତକରୁ ଶ୍ରୀଲଙ୍କା ବିପକ୍ଷରେ ସର୍ବାଧିକ ୧୦ଟି ଶତକ ହାସଲ କରିଛନ୍ତି। ଏହି ଐତିହାସିକ ବିଶ୍ବକପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୫ ୱିକେଟ୍ ହରାଇ ୩୨୬ ରନ୍ ସଂଗ୍ରହ କରିଛି।