ଓଡ଼ିଶାର ପୀତାମ୍ବର ଖିଲାରଙ୍କୁ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡ

ଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ଅବଦାନ ପାଇଁ ଓଡ଼ିଶାର ପୀତାମ୍ବର ଖିଲାରଙ୍କୁ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ଅବଦାନ

ଭୁବନେଶ୍ବର,୦୬/୧୧/୨୩: ଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ଅବଦାନ ପାଇଁ ଓଡ଼ିଶାର ଜଣେ ଶିକ୍ଷକଙ୍କୁ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଉକ୍ତ ଶିକ୍ଷକ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାହାଙ୍ଗା ବ୍ଲକର ଶିକ୍ଷକ ପୀତାମ୍ବର ଖିଲାର।

ଅକ୍ଟୋବର ୨୯ ତାରିଖରେ ତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୪୫ଟି ଦେଶର ପ୍ରତିନିଧିଙ୍କ ମଧ୍ୟରୁ ଶ୍ରୀ ଖିଲାର ହେଉଛନ୍ତି ଭାରତର ଏକମାତ୍ର ପ୍ରତିନିଧି।

ଖିଲାର ବାହାନଗାସ୍ଥିତ କ୍ଷେତ୍ରମୋହନ ହାଇସ୍କୁଲରେ ଶିକ୍ଷକତା କରନ୍ତି। ଚଳିତ ବର୍ଷ ଅଗଷ୍ଟ ମାସରେ ସେ ଭାରତରେ ଶିକ୍ଷା ବ୍ୟବସ୍ଥା ସମ୍ମୁଖୀନ ହେଉଥିବା ଆହ୍ୱାନ ଉପରେ ୨୮୦ ପୃଷ୍ଠାର ଏକ ଲେଖା ପ୍ରକାଶ କରିଥିଲେ। ଏହା ସହ ଖିଲାର ତାଙ୍କ ପୁସ୍ତକ ଉପରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ ନିର୍ମାଣ କରିଛନ୍ତି ଯାହା ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡର ଦୃଷ୍ଟି ଆକର୍ଷଣ କରିଛି।