ସାଇ ସ୍ୱସ୍ତିକଙ୍କୁ ପ୍ରଥମ ଏକକ ବର୍ଷର ଟେନିସ ନ୍ୟାସନାଲ ସିରିଜ ଟାଇଟଲ

ନ୍ୟାସନାଲ ସିରିଜ ଟେନିସ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ସାଇ ସ୍ୱସ୍ତିକ ମହାନ୍ତି ଏକକ ବର୍ଗର ଚାମ୍ପିଆନ ହୋଇଛନ୍ତି

ପଶ୍ଚିମବଙ୍ଗର ପ୍ରତିଦ୍ୱନ୍ଦୀଙ୍କୁ ହରାଇ ସାଇ ଚାମ୍ପିଆନ

ଭୁବନେଶ୍ବର, ୦୫/୧୧/୨୩: ବେଙ୍ଗଲ ଟେନିସ୍ ଆସୋସିଏସନ ଆନୁକୂଲ୍ୟରେ କୋଲକାତାର ସଟ ଲେଗରେ ଅନୁଷ୍ଠିତ ଏ.ଆଇ.ଟି.ଏ ୧୪ ବର୍ଷରୁ କମ ନ୍ୟାସନାଲ ସିରିଜ ଟେନିସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ସାଇ ସ୍ୱସ୍ତିକ ମହାନ୍ତି ଏକକ ବର୍ଗର ଚାମ୍ପିଆନ ହୋଇଛନ୍ତି। ପ୍ରତିଯୋଗିତାରେ ତାଙ୍କର ପ୍ରତିଦ୍ୱନ୍ଦୀ ପଶ୍ଚିମବଙ୍ଗର ସଙ୍କଳ୍ପ କୁମାର ସାହାଣୀଙ୍କୁ ୪-୬, ୬-୩, ୭-୬(୮-୬) ସେଟରେ ହରାଇ ଚମ୍ପିଆନ ହୋଇଛନ୍ତି। ସାଇ ସ୍ୱସ୍ତିକ କଟକର ସି.ଡି.ଟି.ଏରେ ପ୍ରତିଷ୍ଠିତ କୋଚ୍ ଲଳିତ ଦାଶଙ୍କ ତତ୍ୱାବଧାନରେ ପ୍ରଶିକ୍ଷଣ କରୁଛନ୍ତି। ଆଜିର ଚାମ୍ପିଆନରେ ଶ୍ରେୟ ଶ୍ରୀଯୁକ୍ତ ସତ୍ୟଜିତ ମହାନ୍ତି, ଆଇ.ପି.ଏସ, ସେକ୍ରେଟାରୀ ଓଡିଶା ଟେନିସ ଆସୋସିଏସନ ଦେବା ସହ ତାଙ୍କର ଆଶୀର୍ବାଦରୁ ଏପରି ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛନ୍ତି ବୋଲି ପ୍ରକାଶ କରିଛନ୍ତି।