ବିଜେଡିରୁ ରଘୁରାମ ମାଛ ବହିଷ୍କୃତ

ବିଜେଡିରୁ ବହିଷ୍କୃତ ହେଲେ ରଘୁରାମ ମାଛ।

ବିଜେଡି ସୁପ୍ରିମୋଙ୍କ ଆକ୍ସନ

ଭୁବନେଶ୍ବର, ୦୬/୧୧/୨୩: ବିଜେଡିରୁ ବହିଷ୍କୃତ ହେଲେ ରଘୁରାମ ମାଛ। କୋରାପୁଟ ନିର୍ବାଚନ ମଣ୍ଡଳୀର ରଘୁରାମ ମାଛ ହେଉଛନ୍ତି ଜଣେ ବିଜେଡି ନେତା। ଦଳବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶ୍ରୀ ମାଛଙ୍କୁ ଆଜି ଦଳରୁ ବହିଷ୍କୃତ କରିଛନ୍ତି ନବୀନ। ଏ ନେଇ ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।