ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ସ୍ୱାଗତ ପାଇଁ ଜୋରସୋର ପ୍ରସ୍ତୁତି

ନୂଆଦିଲ୍ଲୀ, ୦୬/୧୧/୨୩: ଓଡିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ୱାଗତ ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି। ଆସନ୍ତା ନଭେମ୍ବର ୨୦ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରକୁ ରାଷ୍ଟ୍ରପତି ଗସ୍ତ କରିବେ।

ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦାଠାରେ ଆୟୋଜିତ ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗଦେବେ।

ଦ୍ବିତୀୟ ଦିନରେ ବାଦାମପାହାଡ଼ ଷ୍ଟେସନରୁ ୩ଟି ନୂଆ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କରିବା ସହ ସଫରଘର ଖିଲିପୁରରେ ଏକ ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଏସଏଲଏସ ସ୍କୁଲ ପରିଦର୍ଶନ କରିବେ ଏବଂ ତା’ପରେ ରାଇରଙ୍ଗପୁର ଉପଖଣ୍ଡ ଡାକଘରର ଉନ୍ନତିକରଣ ପାଇଁ ଶୁଭାରମ୍ଭ କରିବେ।

ତେବେ ଏ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ମିଳିନଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଏହି ଖବର ମିଳିଛି।