ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ

ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ।

ଗଠନ ହେଲା ଅନ୍ତରୀଣ କମିଟି

ନୂଆଦିଲ୍ଲୀ, ୦୬/୧୧/୨୩: ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ। ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ଏ ନେଇ ସୋମବାର ଶ୍ରୀଲଙ୍କା କ୍ରୀଡ଼ା ମନ୍ତ୍ରଣାଳୟ କହିଛି ଯେ, ଶ୍ରୀଲଙ୍କା ତା’ର କ୍ରିକେଟ୍ ପରିଚାଳନା ବୋର୍ଡକୁ ବହିଷ୍କାର କରିଛି ଏବଂ ଏହା ବଦଳରେ ଏକ ଅନ୍ତରୀଣ କମିଟି ଗଠନ କରିଛି।

ସୋମବାର ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରୀ ବାକି ବୋର୍ଡ ସଦସ୍ୟମାନଙ୍କୁ ବହିଷ୍କାର କରିବା ସହ ସେମାନଙ୍କ ସ୍ଥାନରେ ବିଶ୍ୱକପ୍ ବିଜେତା ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କ ଅଧ୍ୟକ୍ଷତାରେ ଏକ ଅନ୍ତରୀଣ କମିଟି ଗଠନ କରିଛନ୍ତି। ରଣତୁଙ୍ଗାଙ୍କ ସହ ସୁପ୍ରିମକୋର୍ଟର ଦୁଇ ଜଣ ଅବସରପ୍ରାପ୍ତ ବିଚାରପତି ଏହି ୭ ଜଣିଆ କମିଟିରେ ରହିବେ।

ଗୁରୁବାର ଆୟୋଜକ ଭାରତଠାରୁ ୩୦୨ ରନ୍ ରେ ପରାସ୍ତ ହେବା ପରେ ଶ୍ରୀଲଙ୍କା ତା’ର ୭ଟି ବିଶ୍ୱକପ୍ ମ୍ୟାଚରୁ ମାତ୍ର ୨ଟିରେ ବିଜୟୀ ହୋଇ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି। ନଭେମ୍ବର ୨ରୁ ବିଶ୍ୱକପ ରେସରୁ ବାଦ ପଡିଛି ଶ୍ରୀଲଙ୍କା।

ଶ୍ରୀଲଙ୍କା କ୍ରିକେଟର ମୁଖ୍ୟାଳୟ ସମ୍ମୁଖରେ ପ୍ରଶଂସକମାନେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ବୋର୍ଡର ଦ୍ବିତୀୟ ସର୍ବୋଚ୍ଚ ଅଧିକାରୀ ମୋହନ ଡି ସିଲଭା ଶନିବାର ଇସ୍ତଫା ଦେଇଛନ୍ତି।