ଇସ୍ତଫା ଦେଲେ ଉପବାଚସ୍ପତି ରଜନୀକାନ୍ତ ସିଂହ

ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଆଜି ଇସ୍ତଫା ଦେଇଛନ୍ତି।

ଦଳ ପାଇଁ ରାଜନୈତିକ କାମ କରିବି: ରଜନୀକାନ୍ତ

ଭୁବନେଶ୍ବର, ୦୮/୧୧/୨୩: ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଦେଲେ ଇସ୍ତଫା। ବ୍ୟକ୍ତିଗତ କାରଣ ଦର୍ଶାଇ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି ରଜନୀକାନ୍ତ। ବୁଧବାର ଅପରାହ୍ନରେ ଶ୍ରୀ ସିଂହ ବିଧାନସଭା ଭବନ ଯାଇ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

୨୦୦୪ ମସିହାରୁ ଓଡ଼ିଶା ବିଧାନସଭାର ସଦସ୍ୟ ଥିବା ଶ୍ରୀ ସିଂହ ୨୦୧୯ରୁ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଛନ୍ତି। ସେ ଗୃହରେ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରନ୍ତି।

ଗୃହର ଉପବାଚସ୍ପତି ପଦରେ ଥିବାରୁ ରାଜନୈତିକ କାର୍ଯ୍ୟ କରି ପାରୁ ନାହାନ୍ତି। ବର୍ତ୍ତମାନଠାରୁ ସେ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଇଁ କାମ କରିବା ପାଇଁ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଏହା ବିଜେଡି ଦଳ ପାଇଁ କାମ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି।