ଟୁଟୁ ନାୟକଙ୍କୁ ମିଳିଲା ଜାମିନ

ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଟୁଟୁ ନାୟକଙ୍କୁ ଆଜି ଏସଡିଜେଏମ୍ କୋର୍ଟରୁ ଜାମିନ ମିଳିଛି।

ଦେଲେ ଅଗ୍ରୀମ ଜୋରିମାନା

ଭୁବନେଶ୍ୱର: ଗତ ୪ ତାରିଖରେ ଜଣେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ମାମଲାରେ ଗିରଫ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଟୁଟୁ ନାୟକଙ୍କୁ ଜାମିନ ମିଳିଛି।

ମହିଳା ସାମ୍ବାଦିକଙ୍କୁ ମାଡ଼ ଓ ନିର୍ଯାତନା ମାମଲାରେ ଭୁବନେଶ୍ୱର ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଏସଡିଜେଏମ୍) କୋର୍ଟ ଆଜି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୫୦ ହଜାର ଟଙ୍କାର ଅଗ୍ରୀମ ଜୋରିମାନା ଆକାର ଦେଇ ଟୁଟୁ ନାୟକଙ୍କୁ ଆଜି ଜାମିନ ମିଳିଛି।

ସୂଚନାଯୋଗ୍ୟ, ଶ୍ରୀୟା ସ୍ତୁତି ସିନେମା ହଲ ବାହାରେ ଜଣେ ମହିଳା ସାମ୍ବାଦିକାଙ୍କୁ ଟୁଟୁ ନାୟକ ତାଙ୍କୁ ଚାପୁଡ଼ା ମାରିଥିବାର ଅଭିଯୋଗ ଆସିଥିଲା। ଆଉ ଏହାର ପ୍ରମାଣ ରୂପେ ହଲ ବାହାରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୋଗକାରିଣୀଙ୍କ ଅଭିଯୋଗକୁ ଭିତ୍ତି କରି ଖାରବେଳ ନଗର ଥାନାରେ ଆଇପିସିର ଧାରା ୩୪୧ (ଭୁଲ ଭାବେ ଅଟକାଇବା), ୩୨୩ (ସ୍ବେଚ୍ଛାକୃତ ଭାବେ ଆଘାତ ଦେବା), ୨୯୪ (ଅଶ୍ଳୀଳ ଶବ୍ଦ ବ୍ୟବହାର) ଏବଂ ୩୫୪ (ମହିଳାଙ୍କ ବିନମ୍ରତା ଉଲ୍ଲଂଘନ ଉଦ୍ଦେଶ୍ୟରେ ଆକ୍ରମଣ କିମ୍ବା ଅପରାଧିକ ବଳ ପ୍ରୟୋଗ) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା।