ପୁରୀ-ପାଟନା ୪ ଦିନିଆ ସ୍ପେଶାଲ ଟ୍ରେନ

ପୁରୀ-ପାଟନା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି।

ଛଟ ପୂଜା ପାଇଁ ପୂର୍ବତଟ ରେଳପଥର ବ୍ୟବସ୍ଥା

ଭୁବନେଶ୍ୱର,୧୩.୧୧.୨୩: ନିୟମିତ ଟ୍ରେନରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଛଟ ପୂଜା ପାଇଁ ପୁରୀ-ପାଟନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି।

ପୁରୀରୁ ୦୮୪୪୯ ପୁରୀ-ପାଟନା ଏହି ସ୍ବତନ୍ତ୍ର ଟ୍ରେନ୍ ଭାବେ ଚଳାଚଳ କରିବ ଏବଂ ସୋମବାର ଓ ବୁଧବାର (ନଭେମ୍ବର ୧୩ ଓ ୧୫) ରାତି ୧୧ଟା ୩୦ରେ ପୁରୀରୁ ଛାଡ଼ିବ। ଫେରିବା ଦିଗରେ ଏହି ଟ୍ରେନ୍ ପାଟନାରୁ ୦୮୪୫୦ ପାଟନା-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ମଙ୍ଗଳବାର ଓ ଗୁରୁବାର (ନଭେମ୍ବର ୧୪ ଓ ୧୬) ପାଟନାରୁ ସନ୍ଧ୍ୟା ୬ଟାରେ ଛାଡ଼ିବ।