ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ: ପ୍ରବେଶ ତାରିଖ ଅବଧି ବୃଦ୍ଧି

ଜାତୀୟ ସଡ଼କ ସୁରକ୍ଷା ନିମିତ୍ତ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ-୨୦୨୩ର ଦ୍ବିତୀୟ ସଂସ୍କରଣ ପାଇଁ ପ୍ରବେଶ ତାରିଖ ଅବଧି ବୃଦ୍ଧି କରାଯାଇଛି।

ଭୁବନେଶ୍ବରରେ ହେବ ଫାଇନାଲ ରାଉଣ୍ଡ

ଭୁବନେଶ୍ବର, ୧୪/୧୧/୨୩: ଜାତୀୟ ସଡ଼କ ସୁରକ୍ଷା ନିମିତ୍ତ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ-୨୦୨୩ର ଦ୍ବିତୀୟ ସଂସ୍କରଣ ପାଇଁ ଚଳଚ୍ଚିତ୍ର ଦାଖଲର ଶେଷ ତାରିଖ ନଭେମ୍ବର ୧୭ରୁ ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସଡ଼କ ନିରାପତ୍ତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ସଡ଼କ ନିରାପତ୍ତା ନିୟମକୁ ପାଳନ କରିବା ପାଇଁ ପ୍ରୋତ୍ସାହିତ କରିବା ଏହି ଚଳଚ୍ଚିତ୍ର ମହୋତ୍ସବର ଉଦ୍ଦେଶ୍ୟ।

ସଡ଼କ ନିରାପତ୍ତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପରିବହନ ବିଭାଗ ପକ୍ଷରୁ ୨୦୨୨ମସିହାରେ ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବର ପ୍ରଥମ ସଂସ୍କରଣ ଆୟୋଜନ କରାଯାଇଥିଲା। ଆଠଟି ରାଜ୍ୟରୁ ୬ଟି ଭାଷାରେ ସମୁଦାୟ ୨୩୦ଟି ଏଣ୍ଟ୍ରି ମିଳିଥିଲା।

ଚଳଚ୍ଚିତ୍ର ନିର୍ମାତା, ଚଳଚ୍ଚିତ୍ର ପ୍ରେମୀ ଏବଂ ଛାତ୍ରଛାତ୍ରୀମାନେ ସେମାନଙ୍କର ଏଣ୍ଟ୍ରି ଦାଖଲ କରିପାରିବେ। ଆବେଦନକାରୀଙ୍କ ଦ୍ୱାରା ପ୍ରଦର୍ଶିତ ଚଳଚ୍ଚିତ୍ରଟି ଡକ୍ୟୁମେଣ୍ଟାରୀ, ଏକ୍ସପେରିମେଣ୍ଟାଲ, କାହାଣୀ, ଫିକ୍ସନ, ନନ୍-ଫିକ୍ସନ୍ କିମ୍ବା ଆନିମେସନ୍ ହୋଇପାରିବ। ଚଳଚ୍ଚିତ୍ରର ସମୁଦାୟ ଅବଧି ସର୍ବାଧିକ ୧୨୦ ସେକେଣ୍ଡ (୨ ମିନିଟ୍) ହୋଇପାରେ। ଡିସେମ୍ବର ୧୨ରେ ବ୍ରହ୍ମପୁର, ଡିସେମ୍ବର ୪ରେ ସମ୍ବଲପୁର ଓ ଡିସେମ୍ବର ୭ରେ ଅନୁଗୁଳରେ ଫିଲ୍ମ ସ୍କ୍ରିନିଂ ଅନୁଷ୍ଠିତ ହେବ। ଡିସେମ୍ବର ୧୨ ତାରିଖରେ ଭୁବନେଶ୍ୱରରେ ଏହି ଚଳଚ୍ଚିତ୍ର ମହୋତ୍ସବର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ।

ବିଭିନ୍ନ ବର୍ଗରେ ପୁରସ୍କାର ରାଶି:
ଶ୍ରେଷ୍ଠ ଚଳଚ୍ଚିତ୍ର: ୧ ଲକ୍ଷ ଟଙ୍କା,
ପ୍ରଥମ ରନର୍ସ ଅପ: ୮୦ ହଜାର ଟଙ୍କା
ଦ୍ବିତୀୟ ରନର୍ସ ଅପ- ୬୦ ହଜାର ଟଙ୍କା
ଶ୍ରେଷ୍ଠ ନିର୍ଦ୍ଦେଶକ: ୨୫,୦୦୦ ଟଙ୍କା
ଶ୍ରେଷ୍ଠ ସଙ୍ଗୀତ: ୨୫,୦୦୦ ଟଙ୍କା
ଶ୍ରେଷ୍ଠ ସିନେମାଟୋଗ୍ରାଫି: ୨୫,୦୦୦ ଟଙ୍କା
ଶ୍ରେଷ୍ଠ ଅଭିନେତା/ଅଭିନେତ୍ରୀ: ୨୫,୦୦୦ ଟଙ୍କା