ପ୍ରଲୋଭନ ଦେଖାଇ ଠକେଇ ଅଭିଯୋଗ

ପ୍ରଲୋଭନ ଦେଖାଇ ୨୮ ଲକ୍ଷ ଠକି ନେଇଛନ୍ତି।

୫ ଗିରଫ: ତିନି ଫେରାର

ଗଞ୍ଜାମ/ବ୍ରହ୍ମପୁର : କମ ଦିନରେ ଟଙ୍କା ଦୁଇଗୁଣ କରିଦେବା ଆଶା ଦେଖାଇ ଠକେଇ ଅଭିଯୋଗରେ ୫ ଜଣ ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୈଦ୍ୟନାଥପୁର ଥାନା ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ ବଜାର ଥାନା ଅନ୍ତର୍ଗତ ଗଣେଶ ନଗର ୪ର୍ଥ ଲାଇନର ବଦ୍ରୀନାଥ ପଣ୍ଡା(୨୯), କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ବଳିଆସାରର ଅକ୍ଷୟ କୁମାର ନାୟକ(୨୯), ରାଉତପେଟା ସାହିର ଭବାନୀ ଶଙ୍କର ପଟ୍ଟନାୟକ(୨୯), ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣୋଝାଲିଗ୍ରାମର ରାମଚନ୍ଦ୍ର ପଣ୍ଡା ଓରଫ ଟୁଟୁ(୪୫) ଓ ଅଙ୍ଗୁ ଗ୍ରାମର ନିବାସ ନାହାକ(୪୪) । ଏମାନେ ୨୮ ଲକ୍ଷ ଅସଲି ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଆହୁରି ୩ଜଣ ସମ୍ପୃତି ଥିବା ପୁଲିସ ତଦନ୍ତରେ ଜଣାପଡିଛି । ଏମାନଙ୍କ ଠାରୁ ପୁଲିସ ୮ ହଜାରଟି ୫୦୦ ଟଙ୍କିଆ ଖେଳନା ନୋଟ ଓ ୫ଟି ମୋବାଇଲ ଓ ଦୁଇଟି ବ୍ୟାଗକୁ ଜବତ କରିଛି । ଟ୍ରେଡ ପ୍ରଫିଟ ଫଣ୍ଡ ନାମରେ ଉପରୋକ୍ତ ଅଭିଯୁକ୍ତମାନେ ବ୍ରହ୍ମପୁର ସହରର ବ୍ୟବସାୟୀ ସୂର୍ଯ୍ୟନାରାୟଣ ପାତ୍ର ଓ ସଚିନ ମହାପାତ୍ରଙ୍କ ଠାରୁ ଏହି ଠକେଇ କରିଥିବା ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି ।ଘଟଣାରେ ବାହାର ରାଜ୍ୟର ୩ ଅଭିଯୁକ୍ତ ଅସଲି ୨୮ ଲକ୍ଷ ଟଙ୍କା ଧରି ବର୍ତ୍ତମାନ ଫେରାର ହୋଇଯାଇଥିବା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ । ଅଭିଯୁକ୍ତଙ୍କ ମାନଙ୍କୁ ବୈଦ୍ୟନାଥପୁର ଥାନା ପୁଲିସ ଲାଞ୍ଜିପଲ୍ଲୀ ଡିପିଏସ ସ୍କୁଲନିକଟରୁ ଗିରଫ କରିଥିବା ଜଣାପଡ଼ିଛି ।ବର୍ତ୍ତମାନ ଏହି ଘଟଣା ତଦନ୍ତ ଜାରି ରହିଛି । ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ । ଏହା ସହ ଏହିପରି ଅନ୍ୟ କେହି ଯଦି ଠକେଇର ଶିକାର ହୋଇ ଥିବେ ତେବେ ପୋଲିସ ନିକଟରେ ଅଭିଯୋଗ କରିବାକୁ ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।