ଡ଼ ତିରୁପତି ପାଣିଗ୍ରାହୀ ସ୍ୱାସ୍ଥ୍ୟ ଗୌରବ ସମ୍ମାନରେ ସମ୍ମାନିତ

ହାଇଟେକ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀଙ୍କୁ ସ୍ୱାସ୍ଥ୍ୟ ଗୌରବ ସମ୍ମାନ ୨୦୨୩ରେ ସମ୍ମାନିତ କରାଯାଇଛି।

ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର, ୧୭/୧୧/୨୩: ଓଡ଼ିଆ ସାହିତ୍ୟ ପତ୍ରିକା “ଅପୂର୍ବା”ର ୨୫ ବର୍ଷ ପୂର୍ତ୍ତି ରଜତ ଜୟନ୍ତୀ ଭୁବନେଶ୍ବର ସ୍ଥିତ ହୋଟେଲ ଦ ନ୍ୟୁ ମେରିଅନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ରଘୁବର ଦାସ ଏବଂ ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଯୋଗଦାନ କରିଥିଲେ। ଓଡ଼ିଶାର ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ତଥା ବିଶେଷ କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ସବୁ ବର୍ଗର ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ହାଇଟେକ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀଙ୍କୁ ସ୍ୱାସ୍ଥ୍ୟ ଗୌରବ ସମ୍ମାନ ୨୦୨୩ରେ ଓଡ଼ିଆ ସାହିତ୍ୟ ଅପୂର୍ବା ତରଫରୁ ରାଜ୍ୟପାଳ ରଘୁବର ଦାସ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି। ଅନ୍ୟପଟେ, ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗାଳ୍ପିକ ବିଜୟ ନାୟକ, ବିଶିଷ୍ଟ କବି ରକ୍ଷକ ନାୟକ, ବିଶିଷ୍ଟ ଲେଖକ ଶ୍ରୀକାନ୍ତ ମିଶ୍ର, ବିଶିଷ୍ଟ ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, କାଦମ୍ବିନୀ ସମ୍ପାଦିକା ଡ଼ ଇତିରାଣୀ ସାମନ୍ତ, ଏସ୍.ଏନ୍.ଏନ୍. ଗ୍ରୁପ ଅଧ୍ୟକ୍ଷ ପ୍ରଦୀପ ମହାନ୍ତି ଉପସ୍ଥିତ ଥିଲେ।