୨ ନଦୀଗର୍ଭ ଜଳାଶୟକୁ ଅନୁମୋଦନ

ମୁଖ୍ୟମନ୍ତ୍ରୀ ଆଜି ସୁନ୍ଦରଗଡ଼ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

୩୮୬.୨୫ କୋଟି ମଞ୍ଜୁର

ଭୁବନେଶ୍ବର, ୧୭/୧୧/୨୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ଼ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଦୁଇଟି ପ୍ରକଳ୍ପ ପାଇଁ ମୋଟ ୩୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଇବ୍‌ ନଦୀରେ ଭଷ୍ମା ଜଳାଶୟ ପ୍ରକଳ୍ପ ପାଇଁ ୨୬୨.୫ କୋଟି ଏବଂ ସପେଇ ନଦୀରେ ଫୁଲବାରୀ ଜଳାଶୟ ପ୍ରକଳ୍ପ ପାଇଁ ୧୨୩.୭୫ କୋଟି ମଞ୍ଜୁର କରିଛନ୍ତି।

ଏହି ପ୍ରକଳ୍ପ ଦ୍ୱାରା ୫ଟି ବ୍ଲକର ଲୋକେ ଉପକୃତ ହେବେ। ଭୂତଳ ଜଳସ୍ତର ବୃଦ୍ଧି, ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଇତ୍ୟାଦିରେ ଏହା ସହାୟକ ହେବ। ଭଷ୍ମା ପ୍ରକଳ୍ପ ଟାଙ୍ଗରାପାଲି, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ବ୍ଲକର ଲୋକଙ୍କୁ ଉପକୃତ କରିବ ଏବଂ ଫୁଲବାରୀ ପ୍ରକଳ୍ପ ବଡ଼ଗାଁ ଓ ବାମରା ବ୍ଲକର ଆବଶ୍ୟକତା ପୂରଣ କରିବ।