ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନୂଆ ମୁଖ୍ୟ ପରାମର୍ଶଦାତା ସୁରେଶ

ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ ମିଳିଛି।

WODC ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କୁ ମଧ୍ୟ ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି

ଭୁବନେଶ୍ବର, ୧୭/୧୧/୨୩: ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମିଳିଛି ନୂଆ ଦାୟିତ୍ଵ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନୂତନ ମୁଖ୍ୟ ପରାମର୍ଶଦାତା ଭାବେ ଶ୍ରୀ ମହାପାତ୍ରଙ୍କୁ ମିଳିଛି ନିଯୁକ୍ତି। ତାଙ୍କ ଅନୁରୋଧ କ୍ରମେ ଆଜି ଅପରାହ୍ନରୁ ତାଙ୍କୁ ଓଇଆରସି ଅଧ୍ୟକ୍ଷ ପଦ ଛାଡ଼ିବାକୁ ଅନୁମତି ଦିଆଯାଇଛି।

ବର୍ତମାନ ମୁଖ୍ୟ ଶାସନ ସଚିବ ପାହ୍ୟାରେ ସ୍ୱତନ୍ତ୍ର ପଦକ୍ଷେପର ମୁଖ୍ୟ ପରାମର୍ଶଦାତା ଆର ବାଲକ୍ରିଷ୍ଣନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ଅତିରିକ୍ତ ଦାୟିତ୍ୱରୁ ମୁକ୍ତ କରାଯାଇଛି।

ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କୁ ମଧ୍ୟ ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି। ତାଙ୍କ ଅନୁରୋଧ କ୍ରମେ ସମସ୍ତ ମୁଖ୍ୟ ଉପଦେଷ୍ଟା ପଦବୀରୁ ଅବ୍ୟାହତି ଦିଆଯାଇଛି।