୨୧ରେ ବସିବ ବିଜେଡିର ବିଧାୟକ ଦଳ ବୈଠକ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ।

ବିରୋଧୀଙ୍କୁ ସାମ୍ନା ପାଇଁ ସଜ ହେଉଛି ବିଜେଡି

ଭୁବନେଶ୍ବର, ୧୮/୧୧/୨୩: ବିଧାନସଭା ପୂର୍ବରୁ ଅନୁଷ୍ଠିତ ହେବ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ। ଆଗାମୀ ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ କରିବ ବିଜୁ ଜନତା ଦଳ। ବିରୋଧୀ ଦଳକୁ ସାମନା କରିବା ପାଇଁ ସ୍ୱତନ୍ତ୍ର କୌଶଳ ଆପଣେଇବ ବିଜେଡି। ଏଥିପାଇଁ ସ୍ୱତନ୍ତ୍ର ଭାବେ ସଜେଇ ହେଉଛି ବିଜେଡି।

ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଆସନ୍ତା ୨୧ ତାରିଖରେ ଏହି ବୈଠକ ବସିବ। ବିଜେଡି ଆସନ୍ତା ବିଧାନସଭାରେ କେଉଁ ପ୍ରସଙ୍ଗ ଉଠାଇବ ସେନେଇ ମଧ୍ୟ ଆଲୋଚନା ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।