ଲୋକାର୍ପିତ ହେଲା ମଡ୍ୟୁଲାର ଅପରେସନ ଥିଏଟର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲରେ ମଡ୍ୟୁଲାର ଅପରେସନ ଥିଏଟର କମ୍ପ୍ଲେକ୍ସର ଲୋକାର୍ପଣ କରିଛନ୍ତି।

ଏକ ସମୟରେ ୧୦ ଜଣଙ୍କ ଅସ୍ତ୍ରୋପଚାର ହୋଇପାରିବ

ଭୁବନେଶ୍ବର, ୧୮/୧୧/୨୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରସ୍ଥିତ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ ଆଣ୍ଡ କ୍ୟାପିଟାଲ ହସ୍ପିଟାଲରେ ମଡ୍ୟୁଲାର ଅପରେସନ ଥିଏଟର କମ୍ପ୍ଲେକ୍ସର ଲୋକାର୍ପଣ କରିଛନ୍ତି।

ମଡ୍ୟୁଲାର ଓଟି କମ୍ପ୍ଲେକ୍ସକୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଅତ୍ୟାଧୁନିକ ସୁବିଧା ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କ ଚିକିତ୍ସା ଦିଗରେ ଏକ ବଡ଼ ପଦକ୍ଷେପ। ଅପରେସନ ଥିଏଟରରେ ଏକ ସମୟରେ ୧୦ ଜଣଙ୍କ ଅସ୍ତ୍ରୋପଚାର ହୋଇପାରିବ। ଏହି ଓଟିରେ କୋରିଆ ଓ ବ୍ରିଟେନର ଅତ୍ୟାଧୁନିକ ସରଞ୍ଜାମ ରହିଛି। ୧୬.୭୬ କୋଟି ଟଙ୍କା ବ୍ୟୟରେ ମଡ୍ୟୁଲାର ଓଟି କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ୫-ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।