ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ

ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ମାତୃଭାଷା ରହିବ: ଧର୍ମେନ୍ଦ୍ର

ଭୁବନେଶ୍ବର, ୧୯/୧୧/୨୩: ଭୁବନେଶ୍ୱର ସ୍ଥିତ ପୂର୍ବାଞ୍ଚଳ ଭାଷା କେନ୍ଦ୍ର ପରିସରରେ ଶିକ୍ଷା ଭବନ କୋଠା, ହଷ୍ଟେଲ ଓ ଗେଷ୍ଟ ହାଉସ ସମେତ ପ୍ରକଳ୍ପର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ସମସ୍ତ ସ୍ଥାନୀୟ ଉପଭାଷା ଓ ଲୋକଭାଷାକୁ ସାମିଲ କରିବା ପାଇଁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେବା ସହ କେନ୍ଦ୍ର ସରକାର ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଏହି ଦାୟିତ୍ୱ ନେବାକୁ ଆହ୍ୱାନ ଦେଇଥିଲେ।

ଏହା ଦ୍ୱାରା ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଜ୍ଞାନବିକାଶରେ ସହାୟକ ହେବ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ବିତର୍କ, ପ୍ରସଙ୍ଗକୁ ଅଣଦେଖା ନକରି ସମାଲୋଚନାତ୍ମକ ଚିନ୍ତାଧାରା ଓ ସମୀକ୍ଷା ପାଇଁ ନିଜର ଦକ୍ଷତାକୁ ବ୍ୟବହାର କରିପାରିବେ ବୋଲି ମନ୍ତ୍ରୀ କହିଥିଲେ।