ବିଶ୍ୱକପ ମହାସମର: ଅଧୁରା ରହିଗଲା ଭାରତର ବିଶ୍ୱକପ ସ୍ୱପ୍ନ

ଚଳିତ କ୍ରିକେଟ ବିଶ୍ୱକପରେ ଅଷ୍ଟ୍ରେଲିଆ ୨୪୧ ରନ ଟାର୍ଗେଟରେ ୪୭ ଓଭରରେ ବିଜୟୀ ହୋଇ ୬ଷ୍ଠ ଥର ପାଇଁ ଚାମ୍ପିଆନ ହେଲା।

ଭାରତ ମାଟିରେ ଅଷ୍ଟ୍ରେଲିଆ ଚାମ୍ପିଆନ

ନୂଆଦିଲ୍ଲୀ, ୧୯/୧୧/୨୩: କ୍ରିକେଟ ବିଶ୍ୱକପ ୨୦୨୩। ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ନଭେମ୍ବର ୧୯କୁ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିଲା ବିଶ୍ୱକପ ମହାସମର। ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ।

ଭାରତୀୟ ଦଳର ଓପନର ବ୍ୟାଟ୍ସମ୍ୟାନ ଭାବେ ରୋହିତ ଶର୍ମା ଓ ବିରାଟ କୋହଲି ପୂର୍ବଭଳି ଦ୍ରୁତ ଆରମ୍ଭ କରିଥିଲେ ମଧ୍ୟ ଶୁଭମନ ଗିଲ୍ ୪ ରନ କରି ହିଁ ଆଉଟ ହୋଇ ଯାଇଥିଲେ। ଏହାପରେ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ପୁଣି ରୋହିତ ଓ ଫର୍ମରେ ଥିବା ଶ୍ରେୟସ ଆୟରଙ୍କ ୱିକେଟ୍ ନେଇଥିଲା। ରୋହିତ ୪୭ ରନ କରି ଆଉଟ ହୋଇ ଯାଇଥିଲେ।

ଏହାପରେ କୋହଲି ଓ କେଏଲ ରାହୁଲ ପିଚରେ ସଂଘର୍ଷ କରିଥିଲେ ମଧ୍ୟ ବିରାଟ ଆଉ ୫୪ ରନ୍ କରିଥିବା ବେଳେ ଶେଷରେ ସେ ପ୍ୟାଟ୍ କମିନ୍ସଙ୍କ ଦ୍ୱାରା ଆଉଟ ହୋଇ ଯାଇଥିଲେ। ରାହୁଲଙ୍କ ଅର୍ଦ୍ଧଶତକ(୬୬), ରବୀନ୍ଦ୍ର ଜାଡେଜାଙ୍କ ଲଢୁଆ ବ୍ୟାଟିଂ ଏବଂ ସୂର୍ଯ୍ୟକୁମାର ଯାଦବ ମଧ୍ୟ ବଡ଼ ସ୍କୋର କରିବାରେ ଅସମର୍ଥ ହୋଇଥିଲେ। ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ଭାରତକୁ ୨୪୦ ରନ୍ ଯାଏ ଟାଣି ନେଇଥିଲେ। ଭାରତ ୫୦ ଓଭରରେ ୨୪୦ ରନ ଯାଏ ହିଁ ହାତେଇ ପାରିଥିଲା।

ଅଷ୍ଟ୍ରେଲିଆ ଦଳ ପକ୍ଷରୁ ପ୍ରଥମେ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣରଙ୍କୁ ବୁମ୍ରା ପ୍ରଥମ ଓଭରରେ ୧୫ ରନ୍ ଦେଇଥିଲେ ମଧ୍ୟ ସାମି ମ୍ୟାଚ୍ ର ଦ୍ୱିତୀୟ ବଲ୍ ରେ ଡେଭିଡ୍ ଓ୍ଵାର୍ଣ୍ଣରଙ୍କୁ ୭ ରନରେ ୱିକେଟ୍ ପାଇ ପାଭିଲିୟନରୁ ଫେରାଇ ଦେଇଥିଲେ। ବୁମ୍ରା ଆଉ ଦୁଇଟି ୱିକେଟ୍ ନେଇ ପ୍ରଥମ ୧୦ ଓଭରରେ ମିଚେଲ ମାର୍ଶ ଓ ଷ୍ଟିଭ୍ ସ୍ମିଥଙ୍କୁ ୪ ରନରେ ହିଁ ପିଚରୁ ଫେରାଇ ଦେଇଥିଲେ।

ତେବେ ଅଷ୍ଟ୍ରେଲିଆର ଲଢୁଆ ବ୍ୟାଟିଂ ଦେଖି ଏହି ସମୟରେ ହିଁ ନରେନ୍ଦ୍ର ମୋଦି ଷ୍ଟାଡିୟମ ଯେମିତି ନିସ୍ତବ୍ଧ ପାଲଟି ଯାଇଥିଲା। ଆଉ ଶୁଭିଲାନି ହୋ ହା କି ଭାରତ ପାଇଁ ଚିୟର ଅପ। ସମସ୍ତେ ଯେମିତି ଭାରତ ହାତରୁ ବିଶ୍ୱକପ ଚାଲିଯିବା ଆଶଙ୍କା ମଧ୍ୟରେ ଥିଲେ। ସମସ୍ତଙ୍କ ଛାତିରେ ପଶିଥିଲା ଛନକା। ସବୁ ଆଡେ ଛାଇ ଯାଇଥିଲା ନିରବତା। ମ୍ୟାଚ ସମ୍ପୂର୍ଣ୍ଣ ଏକପାଖିଆ ଚାଲିଯିବ ବୋଲି ସମସ୍ତେ ଯେପରି ପୂର୍ବରୁ ଅନୁମାନ କରି ସାରିଥିଲେ। ଭାରତୀୟ ସମର୍ଥକ ଓ ପ୍ଲେୟାରଙ୍କ ଆଖିରେ ମଧ୍ୟ ଲୁହ ଜକେଇ ଆସିଥିଲା।

ଆଉ କଙ୍ଗାରୁ ଦଳର ବ୍ୟାଟ୍ସମ୍ୟାନ ଛକା ଚଉକା ମାରି ଚାଲିଥିଲେ। ଅଷ୍ଟ୍ରେଲିଆ ଦଳରୁ ଟ୍ରାଭିସ୍ ହେଡ୍, ଷ୍ଟିଭେନ୍ ସ୍ମିଥ୍, ଡେଭିଡ୍ ୱାର୍ଣ୍ଣରଙ୍କ ଚମତ୍କାର ବ୍ୟାଟିଂ କରି ଗୋଟିଏ ପରେ ଗୋଟିଏ ରନ ସଂଗ୍ରହ କରି ହାରିଥିଲେ। ଶେଷରେ ଟ୍ରାଭିସ ହେଡ ଆଉଟ ହେବା ପରେ ଗ୍ଲେନ୍ ମ୍ୟାକ୍ସୱେଲ୍ ଶେଷ ବ୍ୟାଟିଂରେ ଅଷ୍ଟ୍ରେଲିଆକୁ ଜିତାଇ ଥିଲେ। ଅଷ୍ଟ୍ରେଲିଆ ଟାର୍ଗେଟ ୨୪୧ ରନ କରି ୪୭ ଓଭରରେ ହାସଲ କରି ୬ ୱିକେଟରେ ବିଜୟୀ ହୋଇଥିଲା। ଚଳିତ ବର୍ଷକୁ ମିଶାଇ ଅଷ୍ଟ୍ରେଲିଆ ଭାରତକୁ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପରାସ୍ତ କରିଛି।

ତେବେ ଭାରତର ପରାସ୍ତକୁ ନେଇ ଚାରିଆଡେ ନିରାଶ ଛାଇ ଯାଇଛି। ଅଷ୍ଟ୍ରେଲିଆଠାରୁ ୬ ୱିକେଟରେ ହାରିବା ପରେ ଭାରତର ଅପରାଜୟ ଧାରା ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ବିଶ୍ୱକପ ହାତେଇବା ସ୍ୱପ୍ନ ଭାରତର ଶେଷ ହୋଇଗଲା।

ଚଳିତ ବିଶ୍ବକପରେ ସର୍ବାଧିକ ୱିକେଟ ରେକର୍ଡ ସୃଷ୍ଟି ହୋଇଛି। ୨୦୦୭ରେ ସର୍ବାଧିକ ୯୭ ୱିକେଟ ହାତେଇଥିଲା ଅଷ୍ଟ୍ରେଲିଆ। କିନ୍ତୁ ଚଳିତ ବିଶ୍ୱକପରେ ଭାରତ ଏଯାବତ ୯୮ ୱିକେଟ କରି ରେକର୍ଡ କରିଛି। ଏହାରି ଭିତରେ ଜୟ ଶାହା ଅଷ୍ଟ୍ରେଲିଆକୁ ବିଶ୍ୱ ଚାମ୍ପିଅନ ଭାବରେ ଘୋଷଣା କରିଛନ୍ତି। ଚଳିତବର୍ଷକୁ ମିଶାଇ ଅଷ୍ଟ୍ରେଲିଆ ମୋଟ ୬ ଥର ଚାମ୍ପିଆନ ହୋଇଛି। ୧୯୮୭,୧୯୯୯, ୨୦୦୩,୨୦୦୭, ୨୦୧୫ ଓ ୨୦୨୩ରେ ଅଷ୍ଟ୍ରେଲିଆ ବିଶ୍ୱକପ ଚାମ୍ପିଆନ ହୋଇଛି।