୩ଟି ଟ୍ରେନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ୩ଟି ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ଟ୍ରେନରେ ଯାତ୍ରା କଲେ ରାଷ୍ଟ୍ରପତି

ମୟୂରଭଞ୍ଜ, ୨୧/୧୧/୨୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ରେଳ ଷ୍ଟେସନରୁ ଓଡ଼ିଶାର ୩ଟି ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି।

ବାଦାମପାହାଡ଼-ଟାଟାନଗର, ବାଦାମପାହାଡ଼ା-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ୍ ଏବଂ ବାଦାମପାହାଡ଼-ଶାଲିମାର ସାପ୍ତାହିକ ଏକ୍ସପ୍ରେସରୁ ମେମୁକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହା ସହ ବାଦାମପାହାଡ଼ ରେଳ ଷ୍ଟେସନର ପୁନଃବିକାଶ ପାଇଁ ମଧ୍ୟ ସେ ଶିଳାନ୍ୟାସ କରିଛନ୍ତି।

ତା’ପରେ ରାଷ୍ଟ୍ରପତି ବାଦାମପାହାଡ଼- ଶାଲିମାର ଏକ୍ସପ୍ରେସ୍ ଯୋଗେ ରାଇରଙ୍ଗପୁର ଯାଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଷ୍ଟ୍ରପତି ମୁର୍ମୁ ଉପସ୍ଥିତ ରହିବେ। ରାଇରଙ୍ଗପୁରରେ ସେ ପୋଷ୍ଟାଲ ଡିଭିଜନର ଉଦଘାଟନ କରିବେ। ମୟୂରଭଞ୍ଜ ଗସ୍ତ ପରେ ଅପରାହ୍ନରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ।