ଓସ୍କାର ପୁରସ୍କାର ପାଇଁ ଦାଖଲ ହେଲା ଓଡ଼ିଆ ସିନେମା ‘ଫାଲଗୁନ ଚୈତ୍ର’ର ମୂଳ ଗୀତ

ଓଡ଼ିଆ ଚଳଚ୍ଚିତ୍ର "ଫାଲଗୁନ ଚୈତ୍ର"ର ଅରିଜିନାଲ ସାଉଣ୍ଡ ଟ୍ରାକ୍ ଓସ୍କାର ୨୦୨୪ ପାଇଁ ଦାଖଲ କରିଛନ୍ତି।

ଚୌଧୁରୀ ଜୟପ୍ରକାଶଙ୍କୁ ଏକାଡେମୀ ପୁରସ୍କାର ପାଇଁ ଆବେଦନ

ଭୁବନେଶ୍ବର, ୨୧/୧୧/୨୩: ଓଡ଼ିଆ ଚଳଚ୍ଚିତ୍ର “ଫାଲଗୁନ ଚୈତ୍ର”ର ଅରିଜିନାଲ ସାଉଣ୍ଡ ଟ୍ରାକ୍ ଓସ୍କାର ୨୦୨୪ ପାଇଁ ଦାଖଲ କରିଛନ୍ତି। ଚଳିତ ବର୍ଷ ମେ’ ୧୨ ତାରିଖରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା।

ଶ୍ରେଷ୍ଠ ମୌଳିକ ସଙ୍ଗୀତ ବର୍ଗ ପାଇଁ ଜେରି ସିଲଭେଷ୍ଟର ଭିନସେଣ୍ଟଙ୍କ ଦ୍ୱାରା ରଚିତ ମୂଳ ସାଉଣ୍ଡ ଟ୍ରାକ୍ ‘ସ୍ମୃତି ବୁଣିଯାଏ ଜୀବନ’ ଏବଂ ଚୌଧୁରୀ ଜୟପ୍ରକାଶ ଦାସଙ୍କ ଅଭିନୟକୁ ଏକାଡେମୀ ପୁରସ୍କାର ପାଇଁ ଗ୍ରହଣ କରାଯାଇଛି।

ଜେପି ଓ୍ଵାର୍ଡସ୍ମିଥଙ୍କଦ୍ୱାରା ଲିଖିତ ଏହି ଗୀତରେ କଣ୍ଠଦାନ କରିଛନ୍ତି ଐଶ୍ୱର୍ଯ୍ୟା କୁମାର। ଓଲିଉଡ ଅଭିନେତା ବାବୁଶାନ ମହାନ୍ତିଙ୍କ ଦ୍ୱାରା ପ୍ରଯୋଜିତ ଏହି କଥାଚିତ୍ରଟିର କାହାଣୀ ରଚନା କରିଛନ୍ତି ଡ. ସୁଲଗ୍ନା ମହାନ୍ତି, ପ୍ରଣବ ପ୍ରସନ୍ନ ରଥ ଏହି ସଙ୍ଗୀତର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି।

ଆଇଏମଡିବିରେ ୯.୧ ରେଟିଂ ସହ ଏହି ଫିଲ୍ମ କାନାଡା, ନେଦରଲାଣ୍ଡ ଏବଂ ବ୍ରିଟେନରେ ମଧ୍ୟ ପ୍ରଦର୍ଶିତ ହୋଇଛି।