ଜିଆରଏସଙ୍କୁ ଗିରଫ କଲା ଭିଜିଲାନ୍ସ

ଜଣେ ଜିଆରଏସଙ୍କୁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଗିରଫ କରିଛି।

ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

କଳାହାଣ୍ଡି, ୨୩/୧୧/୨୩: ଜଣେ ଜବ୍ କାର୍ଡଧାରୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଜଣେ ଗ୍ରାମ ରୋଜଗାର ସେବକ (ଜିଆରଏସ୍)ଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡ଼କୋର୍ଲାକୋଟ ଗ୍ରାମ ପଞ୍ଚାୟତର ଜିଆରଏସ୍ ମାର୍ଗରେଟ ପାଣିଗ୍ରାହୀ ମନରେଗା ଯୋଜନାରେ ହୋଇଥିବା କୌଣସି କାମ ପାଇଁ ଲାଞ୍ଚ ମାଗିବା ସହ ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଅଭିଯୁକ୍ତଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ପାଣିଗ୍ରାହୀଙ୍କ ସହ ଜଡ଼ିତ ଗୋଟିଏ ସ୍ଥାନରେ ଖୋଜାଖୋଜି ଚାଲିଛି। ଏ ସଂକ୍ରାନ୍ତରେ କୋରାପୁଟ ଭିଜିଲାନ୍ସ ଦଫା ୭ ପିସି ସଂଶୋଧନ ଆଇନ ୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ କରିଛି।