ଭିଜିଲାନ୍ସ ଜାଲରେ ଡାକ୍ତର

ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର ।

ଆଖି ଅପରେସନ୍ ପାଇଁ ଲାଞ୍ଚ!

ସୁବର୍ଣ୍ଣପୁର, ୨୭/୧୧/୨୩: ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର । ଆଖି ଅପରେସନ ପାଇଁ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଲା ଭିଜିଲାନ୍ସ। ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ଡାକ୍ତର ସଂଜୀବ କୁମାର କର ଜଣେ ରୋଗୀଙ୍କ ମୋତିଆ ବିନ୍ଧୁ ଅପରେସନ ପାଇଁ ୫ ହଜାର ୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ ହେଣ୍ଡେଡ ଧାରପଡିଛନ୍ତି ସୁବର୍ଣ୍ଣପୁର ଭିଜିଲାନ୍ସ ହାତରେ । ସୂଚନା ଅନୁସାରେ ଯାଲୋଏ ଗାଁର ଲକ୍ଷ୍ମଣ ତ୍ରିପାଠୀଙ୍କ ଆଖି ଅପରେସନ ପାଇଁ ଟଙ୍କା ମାଗି ଡାକ୍ତର । ଏନେଇ ଲକ୍ଷ୍ମଣ ଭିଜିଲାନ୍ସକୁ ଅଭିଯୋଗ କରିଥିବାବେଳେ ଭିଜିଲାନ୍ସ ପକ୍ଷରୁ ଆଜି ଟଙ୍କା ନେବା ବେଳେ ଚଢ଼ାଉ କରିଛି । ତେବେ ଡାକ୍ତର ସଞ୍ଜୀବ କରଙ୍କ ବଲାଙ୍ଗୀର ସୁଦପଡା ସ୍ଥିତ ନିଜ ବାସଭବନ ଓ ସୁବର୍ଣ୍ଣପୁର ସହର ସ୍ଥିତ ସରକାରୀ ବାସ ଭବନରେ ବର୍ତ୍ତମାନ ତଲାସୀ ଚାଲିଥିବା ସୂଚନା ଦେଇଛି ଭିଜିଲାନ୍ସ ବିଭାଗ ।