ଦୁର୍ଦାନ୍ତ ଅପରାଧୀ ଉପରେ ପୋଲିସ ଏନକାଉଣ୍ଟର

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଂଚଳର ଦୁର୍ଦ୍ଦାନ୍ତ ଅପରାଧି ଲିକୁକୁ ନିଶ୍ଚିନ୍ତକୋଇଲି ଥାନା ଏସଆଇ ଏନକାଉଣ୍ଟର କରିଛି।

ରହିଛି ୫୪ଟି ଅପରାଧିକ ମାମଲା

କଟକ, ୦୩/୧୧/୨୩: ଦୁର୍ଦାନ୍ତ ଅପରାଧୀ ଉପରେ ପୋଲିସ ଏକାଉଣ୍ଟର। ଜଗତସିଂହପୁର ତିର୍ତୋଲର ଦୁର୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଓରଫ(ଲିକୁ)କୁ ଏନକାଉଣ୍ଟର କରିଛି କଟକ ପୋଲିସ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ୱରଠାରେ ଶନିବାର ରାତିରେ ପୁଲିସ ଏନକାଉଣ୍ଟରରେ ଏହି ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି।

ଗତକାଲି ରାତିରେ ପୁଲିସର ଏକ ଟିମ୍ ଅସୁରେଶ୍ୱର ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁ ଓରଫ ଲିପୁ ତାଙ୍କ ସହଯୋଗୀଙ୍କ ସହ ମିଶି ଏକ ବଡ଼ ଅପରାଧ ଘଟାଇବାକୁ ଯୋଜନା କରୁଥିବା ପୁଲିସକୁ ସୂଚନା ମିଳିଥିଲା। ଅପରାଧୀମାନେ ଉପସ୍ଥିତ ଥିବା ସ୍ଥାନରେ ପୁଲିସ ଟିମ୍ ଚଢ଼ାଉ କରିଥିଲା।

ଚଢ଼ାଉ ବେଳେ ଲିପୁ ପ୍ରଥମେ ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ସବ୍ ଇନ୍ସପେକ୍ଟର ତପନ ନାୟକ ମଧ୍ୟ ଆତ୍ମରକ୍ଷା ପାଇଁ ଜବାବ ଦେଇଥିବା ବେଳେ ଲିପୁଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ପୁଲିସ ତାଙ୍କୁ ଧରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଉନ୍ନତ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରିଥିଲା।

ସୁଶାନ୍ତ ନାମରେ ରାଜ୍ୟର ବିଭିନ୍ନ ଥାନାରେ ସଙ୍ଗିନୀ ଅପରାଧୀ ରହିଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ବାସିନ୍ଦା ଲିପୁଙ୍କ ନାଁରେ କଟକ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନାରେ ୫୪ଟି ଅପରାଧିକ ମାମଲା ରହିଛି।