ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅଶୋକ ଗେହଲଟ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରବିବାର ସନ୍ଧ୍ୟାରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିବେ।

ବିଧାନସଭା ନିର୍ବାଚନ ଫଳାଫଳ ପରେ ରାଜ୍ୟପାଳଙ୍କୁ ଭେଟିବେ

ନୂଆଦିଲ୍ଲୀ,୦୩/୧୨/୨୩: ରାଜସ୍ଥାନରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିବାକୁ ଯାଉଛି ବୋଲି ବିଧାନସଭା ନିର୍ବାଚନ ଫଳାଫଳ ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରବିବାର ସନ୍ଧ୍ୟାରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ତାଙ୍କ ଇସ୍ତଫା ପତ୍ର ହସ୍ତାନ୍ତର କରିବେ। ସୂତ୍ରରୁ ପ୍ରକାଶ ଯେ ଗେହଲଟ ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଗଣମାଧ୍ୟମରେ ଗେହଲଟ୍ କହିଛନ୍ତି, ମୁଁ ସର୍ବଦା କହିଆସିଛି ଯେ ମୁଁ ଜନତାଙ୍କ ଜନାଦେଶଗ୍ରହଣ କରିବି ଏବଂ ମୁଁ ଭବିଷ୍ୟତ ର ସରକାରଙ୍କୁ ଶୁଭେଚ୍ଛା ଜଣାଉଛି। ମୁଁ ଆଶା କରୁଛି ସେମାନେ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ କାମ କରିବେ। ଯାହାର ଫଳାଫଳ ଆଶ୍ଚର୍ଯ୍ୟଜନକ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଜେପି ପ୍ରାର୍ଥୀ ମହିନ୍ଦ୍ରା ସିଂହ ରାଠୋରଙ୍କୁ ୨୬,୩୯୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ସର୍ଦ୍ଦାରପୁରା ଆସନରେ ବିଜୟୀ ହୋଇଛନ୍ତି। ରବିବାର ନିର୍ବାଚନ ଆୟୋଗଙ୍କ ଟ୍ରେଣ୍ଡ ଅନୁଯାୟୀ ଗେହଲଟ ଙ୍କୁ ୯୬,୮୫୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ୭୦,୪୬୩ ଖଣ୍ଡ ଭୋଟ୍ ମିଳିଛି।