ଅବସରପ୍ରାପ୍ତ ବିଡିଓଙ୍କୁ ୨ ବର୍ଷ ଜେଲ,୫ ଲକ୍ଷ ଜୋରିମାନା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ବିଡିଓଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ବଲାଙ୍ଗୀର,୨୪/୧୨/୨୩: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର ଅବସରପ୍ରାପ୍ତ ବିଡିଓ ସିଲଭାନୁସ ଲାକ୍ରାଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ।

ଜରିମାନା ପୈଠ ନକଲେ ଲାକ୍ରାଙ୍କୁ ଆହୁରି ୫ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ।

ପିସି ଆକ୍ଟ ୧୯୮୮ର ଧାରା ୧୩(୨) ଓ ୧୩(୧)(ଇ) ଅନୁଯାୟୀ ଲାକ୍ରାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ବୋଲି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଲାକ୍ରା ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପେନସନ୍ ବନ୍ଦ କରିବା ପାଇଁ ଦୁର୍ନୀତି ନିରୋଧୀ ଏଜେନ୍ସି ଏବେ ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେବ।