ରଣବୀରଙ୍କ ନାଁରେ ଥାନାରେ ମାମଲା

ମୁମ୍ବାଇ: ରଣବୀର କପୁରଙ୍କର ନଗ୍ନ ଫଟୋ ଶେୟାର ହେବା ପରେ ଏହାକୁ ନେଇ ଯେମିତି ଏକ ହଙ୍ଗାମା ହୋଇଯାଇଛି। ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଥିବା ବେଳେ କେତେକ ରଣବୀରଙ୍କୁ ସମାଲୋଚନା କରିଛନ୍ତି। ହେଲେ ଏବେ ଏହି ଘଟଣା ଥାନାରେ ପହଞ୍ଚିଛି।

ରଣବୀର ମହିଳାଙ୍କୁ ଭାବବେଗକୁ ଆହତ ପହଞ୍ଚାଇଥିବା ଅଭିଯୋଗ କରି ମୁମ୍ବାଇର ଏକ ଥାନାରେ ମାମଲା ରୁଜୁ ହୋଇଛି। ତେବେ ମାମଲା କିଏ କରିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ରଣବୀରଙ୍କ ବିରୋଧରେ ମାମଲା ହୋଇଥିବା ଜଣାପଡ଼ିଛି।

ଏକ ମେଗାଡଜିନ ଓ ପେପର ପାଇଁ ନ୍ୟୁଡ୍ ଫଟୋ ଶୁଟ୍ କରିଥିଲେ ବଲିଉଡ ଅଭିନେତା ରଣବୀର କପୁର। ଆମେରିକୀୟ ଅଭିନେତା ବର୍ଟ ରିନୋଲ୍ଡସ ମଧ୍ୟ ଏଭଳି ଏକ ଫଟୋ ଶୁଟ୍ କରିଥିଲେ। ବର୍ଟଙ୍କ ଠାରୁ ଅନୁପ୍ରାଣିତ ହୋଇ ଏହି ଫଟୋ ଶୁଟ୍ କରାଯାଇଥିବା ସୂଚନା ମିଳିଛି। ତେବେ ଫଟୋ ଶେୟାର ହେବା ପରେ ଏହାକୁ ନେଇ ବି ଟାଉନରେ ଖୁବ୍ ଚର୍ଚ୍ଚା।