ଆଜିଠୁ ରାଉରକେଲାରୁ କୋଲକାତାକୁ ଉଡିବ ବିମାନ

ଆଜିଠୁ ରାଉରକେଲାରୁ ଆଲାଏନ୍ସ ଏୟାର କୋଲକାତାକୁ ବିମାନ ଉଡାଣ ଭରିବ।

ପ୍ରତି ଉଡାଣ ପିଛା ୧୯୯୯ ଟଙ୍କା

ଭୁବନେଶ୍ବର, ୨୮/୧୨/୨୩: ଆଜିଠାରୁ ରାଉରକେଲାରୁ କୋଲକାତାକୁ ସିଧାସଳଖ ଉଡାଣ ଭରିବ ଆଲାଏନ୍ସ ଏୟାର। ଆଜି ଅପରାହ୍ନ ୩ଟା ୫୦ରେ ଆରମ୍ଭ ହେବ ବିମାନ ଉଡାଣ। ଆଲାଏନ୍ସ ଏୟାର ସପ୍ତାହରେ ତିନି ଦିନ ବିମାନ ଚଳାଚଳ କରିବ- ମଙ୍ଗଳବାର, ଗୁରୁବାର ଏବଂ ଶନିବାର।

ରାଉରକେଲାରୁ କୋଲକାତା ଓ କୋଲକାତାରୁ ରାଉରକେଲା କୁ ବିମାନ ଚଳାଚଳ ପାଇଁ ୧.୩୦ ଘଣ୍ଟା ସମୟ ଲାଗିବ। ରାଉରକେଲା ବିମାନ ବନ୍ଦରରୁ ଅପରାହ୍ନ ୩ଟା ୫୦ରେ ଉଡ଼ାଣ ଭରି ସନ୍ଧ୍ୟା ୫ଟା ୨୦ରେ ଯାଇ କୋଲକାତାରେ ପହଞ୍ଚିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଉରକେଲାରୁ କୋଲକାତା ବିମାନ ଭଡ଼ା ୧୯୯୯ ଟଙ୍କା ଧାର୍ଯ୍ୟ କରାଯାଇଛି।