ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ରେ ପହଞ୍ଚିଛି।

ଲକ୍ଷଣ ଥିଲେ ପରୀକ୍ଷା ଜରୁରୀ: ନିରଞ୍ଜନ ମିଶ୍ର

ଭୁବନେଶ୍ବର, ୨୮/୧୨/୨୩: ରାଜ୍ୟରେ ବୃଦ୍ଧି ପାଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ତେବେ ସମସ୍ତ ରୋଗୀଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ବୁଧବାର ୬୯୦ ଜଣଙ୍କର ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୩ ଜଣ ଓମିକର୍ନର ଏକ ନୂତନ ସବ୍ ଭାରିଆଣ୍ଟ ଜେଏନ୍.୧ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ହେଲେ ସମସ୍ତ ରୋଗୀ ହୋମ୍ ଆଇସୋଲେସନରେ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଡାକ୍ତର ମିଶ୍ରଙ୍କ କହିବାନୁଯାୟୀ, ଜେଏନ୍.୧ ଏକ ସାମାନ୍ୟ ଭାରିଏଣ୍ଟ କିନ୍ତୁ ଏହା ଦ୍ରୁତ ଗତିରେ ବ୍ୟାପିଥାଏ। ଜେଏନ.୧ର ଲକ୍ଷଣ ଋତୁକାଳୀନ ଫ୍ଲୁ ସହିତ ସମାନ । ଯଦି କାହାର ଫ୍ଲୁ ଭଳି ଲକ୍ଷଣ ଥାଏ ତେବେ ପରୀକ୍ଷା କରାଇବା ଉଚିତ।