ଆସିଲା ମେଡିକାଲ୍ ରିପୋର୍ଟ, ଠିକ୍ ଅଛନ୍ତି ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟର୍ଜୀ

ଭୁବନେଶ୍ବର : ପଶ୍ଚମବଙ୍ଗର ମନ୍ତ୍ରୀ ପାର୍ଥ ଚାଟର୍ଜୀ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହେବା ପରେ ହାଇକୋର୍ଟ ନିର୍ଦ୍ଦେଶ ମ‌ତେ ଭୁବନେଶ୍ବରସ୍ଥିତ  ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)କୁ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଆଜି ସକାଳେ ଏୟାର ଆମ୍ବୁଲାନ୍ସରେ ଆସିଥିଲେ।

ଏଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ଏମ୍ସ ପକ୍ଷରୁ କୁହାଯାଇଛି କି ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି କିନ୍ତୁ ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ଜରୁରୀ ଆବଶ୍ୟକତା ନାହିଁ । ତାଙ୍କର କିଛି ପୁରୁଣା ରୋଗ ଅଛି, କିନ୍ତୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯିବାର ଆବଶ୍ୟକତା ନାହିଁ। ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ବାସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଚାଟର୍ଜୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟକୁ କାଲକାଟା ହାଇକୋର୍ଟଙ୍କ ନିକଟକୁ ପଠାଇ ଦିଆଯାଇଥିଲା। ଏହାପରେ ଭର୍ଚୁଆଲ୍ ମାଧ୍ୟମରେ ଉକ୍ତ ଉକ୍ତ ମାମଲାର ଶୁଣାଣି ହୋଇଥିଲା। ଇଡି ପକ୍ଷରୁ ୧୪ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିବା ବେଳେ ମାମଲାକୁ ନେଇ ଅଦାଲତ ରାୟ ସଂରକ୍ଷିତ ରଖିଥିବା‌ ଜଣାପଡ଼ିଛି।