୧୦ବର୍ଷ ପରେ ୮ ଦୋଷୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ

ଯାଜପୁର: ଯାଜପୁରରେ ୮ ଦୋଷୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ । ଦଣ୍ଡାଦେଶ ଶୁଣାଇଛନ୍ତି ଯାଜପୁର ଜିଲ୍ଲା ଦୌରାଜଜ୍।

ସୂଚନାଯୋଗ୍ୟ ଯେ, ୨୦୧୨ ମସିହାରେ ଯାଜପୁର ଟାଉନ ଥାନା ଅନ୍ତର୍ଗତ ଚଇନପୁର ପଞ୍ଚାୟତ ଗଣସରପୁର ଗ୍ରାମର ଧନେଶ୍ବର ବେହେରାଙ୍କୁ ହତ୍ୟା କରାଯାଇଥିଲା ।

ହତ୍ୟା ଅଭିଯୋଗରେ ୮ଜଣଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଆଜି ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।