ଆଜି ଶ୍ରାବଣର ଦ୍ଵିତୀୟ ସୋମବାର, ପଞ୍ଚଲିଙ୍ଗେଶ୍ୱର ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଶ୍ରଦ୍ଧାଳୁଙ୍କ ଗହଳି ଜମିଛି। ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ବିଭିନ୍ନ ନଦୀରୁ ଜଳ ଆଣି ପଞ୍ଚଲିଙ୍ଗେଶ୍ୱର ଶିବଲିଙ୍ଗରେ ଜଳାଭିଷେକ କରିଛନ୍ତି।

ରାତ୍ର ୧୨ଟାରେ ପରେ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ନୀତିପୂଜା ସମାପନ ପରେ ଜଳାଭିଷେକ ଆରମ୍ଭ ହୋଇଥିଲା। ହଜାର ହଜାର କାଉଡ଼ିଆ ଶାନ୍ତିଶୃଂଖଳାର ସହ ଜଣକ ପରେ ଜଣେ ଯାଇ ପାଣି ଢାଳିବା ସହ ଆଶିଷ କାମନା କରିଥିଲେ। ଏହା ପୂର୍ବରୁ କାଉଡିଆ ବିଭିନ୍ନ ନଦୀ ନାଳରୁ ପୂଜାର୍ଚ୍ଚନା କରି ପାଣି ଉଠାଇଥିଲେ।