ରୁଷର ଭୁଲ ପାଇଁ ବଢିବ ଖାଦ୍ୟ ସଂକଟ !

ନୂଆଦିଲ୍ଲୀ: ଜାତିସଂଘ ଜରିଆରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷର ଖବର ଆସିବା ପରେ ଖାଦ୍ୟ ସଂକଟ ଦୂର ହେବାର ସମ୍ଭାବନା ଦେଖା ଦେଇଥିଲା । କିନ୍ତୁ ଏବେ ଓଡେସା ବନ୍ଦର ଉପରେ ରୁଷର କ୍ରୁଜ ମିସାଇଲ ଆକ୍ରମଣ ପରେ ସ୍ଥିତି ପୁଣି ଥରେ ବଦଳି ଯାଇଛି । ଦୁନିଆର ଅନେକ ବଜାରରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ରହିଛି ।

ନିକଟରେ ଏକ ବୁଝାମଣାରେ ୟୁକ୍ରେନରେ ଥିବା ଖାଦ୍ୟଶସ୍ୟକୁ କୃଷ୍ଣ ସାଗର ଦେଇ ରପ୍ତାନୀ କରିବା ପାଇଁ ଅନୁମତି ଦିଆଯିବା କଥା କୁହାଯାଇଥିଲା । ଏହି ବୁଝାମଣା ସ୍ୱାକ୍ଷରରେ ମିଳିତ ଜାତିସଂଘ ଏବଂ ତୁର୍କୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ରୁଷ ଆକ୍ରମଣ ପରେ ବଡ଼ ସମୁଦ୍ର ମାର୍ଗ ବନ୍ଦ ହେବା ଯୋଗୁଁ ଲକ୍ଷ ଲକ୍ଷ ଟନ ଖାଦ୍ୟଶସ୍ୟ ୟୁକ୍ରେନରେ ପଡ଼ି ରହିଛି । ଅନ୍ୟପଟେ ମିଡିଲ ଇଷ୍ଟ ଏବଂ ଉତ୍ତର ଆମେରିକାରେ ବଡ଼ ଗ୍ରାହକଙ୍କୁ ସଡ଼କ ଏବଂ ରେଳ ମାର୍ଗରେ କମ ମାତ୍ରାରେ ଖାଦ୍ୟାନ୍ନ ରପ୍ତାନୀ କରାଯାଉଛି । ରୁଷ-ୟୁକ୍ରେନ ଯୁଦ୍ଧ ସୃଷ୍ଟି ହୋଇଥିବା ଖାଦ୍ୟ ସଂକଟକୁ ଦୂର କରିବା ପାଇଁ ବିକଳ୍ପ ସ୍ଥାନ ଖୋଜିବାକୁ ବାଧ୍ୟ ହୋଇଛନ୍ତି ।