ବିଜେଡିରୁ ଇସ୍ତଫା ଦେଲେ ବଳଭଦ୍ର

ବିଜେଡି ନେତା ତଥା ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ଆଜି ଦଳରୁ ଇସ୍ତଫା ଦେଇଛନ୍ତି।

ଅବହେଳିତ ଦର୍ଶାଇ ଦେଲେ ଇସ୍ତଫା

ଭୁବନେଶ୍ବର, ୦୮/୦୧/୨୪: ବିଜେଡି ନେତା ତଥା ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପ୍ରତି ଅବହେଳା ହେଉଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି।

ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି।

ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ମୁଁ ଇସ୍ତଫା ଦେଉଛି। ୧୯୯୭ରେ ଦଳ ଗଠନ ହେବା ପରଠାରୁ ମୋତେ ଆପଣଙ୍କ ସହ ଦୀର୍ଘ ସମୟ ଧରି କାମ କରିବାକୁ ଅନୁମତି ଦେଇଥିବାରୁ ବହୁତ ଧନ୍ୟବାଦ ବୋଲି କହିଛନ୍ତି ବଳଭଦ୍ର।

ସେ ୨୦୧୪ରୁ ୨୦୧୯ ମଧ୍ୟରେ ଲାଞ୍ଜିଗଡ଼ରୁ ବିଧାୟକ ଥିଲେ।